ଯକୃତ ସୁରକ୍ଷା ସଚେତନ ଓ ସ୍ଵାସ୍ଥ୍ୟ ଶିବିର

ଯକୃତ ସୁରକ୍ଷା ସଚେତନ ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର, (ଦିବାକର ସାହୁ):- ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଖରାଦିନେ ଯକୃତ ସୁରକ୍ଷା ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ଅଧିକ ଖରାରେ ପରିଶ୍ରମ, ଅମ୍ଳ, ଲବଣ, ମଦ୍ୟ, ଦିବାନିଦ୍ରା, ଲଙ୍କା, ତୈଳ ଯୁକ୍ତ ଖାଦ୍ୟ, ରାସାୟନିକ ଔଷଧ ଓ ମାଟି ଖାଇଲେ ପାଣ୍ଡୁ, କାମଳ ଆଦି ଯକୃତ ରୋଗ ହୁଏ। କାରଣ ଗୁଡିକୁ ଛାଡି ହରଡା ଚୂର୍ଣ୍ଣ ସହ ଗୁଡ଼, କଞ୍ଚା ହଳଦୀ, କାକଜଙ୍ଘା ପତ୍ର ରସ, କାକମାଚି ପତ୍ର ରସ ଯେକୌଣସି ଗୋଟିଏ ଚିକିତ୍ସକଙ୍କ ପରାମର୍ଶରେ ଖାଇଲେ ଭଲ ହୋଇଯାଏ। ଲୌହ ଯୁକ୍ତ ଖାଦ୍ୟ, ଶାଗ, ପୁନର୍ନବା ରସ ପିଇଲେ ଅସ୍ଥିମଜ୍ଜା ଓ ଯକୃତ ଭଲ କାମକରି ରୋଗ ଭଲ ହୋଇଯାଏ। ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତିl

You might also like
error: Content is protected !!