ରଣ୍ଢା ସରସ୍ୱତୀ ଶିଶୁମନ୍ଦିରରେ ଘର ହିଁ ବିଦ୍ୟାଳୟ ପକଳ୍ପ କାଯ୍ୟକ୍ରମ ଅନୁଷ୍ଠିତ

ରଙ୍ଗେଇଲୁଣ୍ଡା(ସଞ୍ଜୟ ଦାଶ ):- ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ରଣ୍ଢା ପଞ୍ଚାୟତର ରଣ୍ଢା ଗ୍ରାମରେ ଅବସ୍ଥିତ ସରସ୍ୱତୀ ଶିଶୁମନ୍ଦିର ସମ୍ମିଲନୀ କକ୍ଷରେ 2025-2026ଶିକ୍ଷା ବର୍ଷ ଆରମ୍ଭରେ ଶିଶୁ ବାଟିକା ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣ ପୂର୍ବ ସମ୍ଭାଗ ମୁଖ୍ୟ ଗୀତାରାଣୀ ମିଶ୍ର ଯୋଗଦେଇ ଶିଶୁମାନଙ୍କ ଭୌତିକ ବିକାଶରେ ଅତି ସୁନ୍ଦର ଭାବେ ଉପସ୍ଥିତ ଅଭିଭାବକ ମାନଙ୍କୁ ବୁଝାଇଥିଲେ ।ଅନୁଷ୍ଠାନର ପ୍ରଧାନ ଆଚାଯ୍ୟ କୈଳାଶ ଚନ୍ଦ୍ର ଦାସ ଶିଶୁ ମାନଙ୍କ ଉତ୍ତମ ଚରିତ୍ର ଗଠନ ଓ ଉଜ୍ଜଳ ଭବିଷ୍ୟତ ଗଠନ ଉପରେ ଆଲୋକପାତ କରିଥିଲେ ।ଅନୁଷ୍ଠାନର ସଭାପତି ଗୋବିନ୍ଦ ଦାସ ଉପସ୍ଥିତ ଥିଲେ । ଏହି କାଯ୍ୟକ୍ରମରେ ଶିଶୁ ବାଟିକାର ନିରୁପମା ଆଚାଯ୍ୟ,ଶସ୍ମିତା ମଣ୍ଡଳ,ରିତା ନାହାକ,ରିଙ୍କି ପାତ୍ର,ସାଗରୀକା ମଣ୍ଡଳ,ନର୍ମଦା ପଣ୍ଡା,ଜ୍ୟୋତି ଦଳାଇ ପ୍ରମୁଖ ସହଯୋଗ କରିଥିଲେ ।