ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ର ସ୍ଥାନୀୟ ସରକାରୀ ଏସ ଏସ ଡି ମାଧ୍ୟମିକ ବିଦ୍ୟାଳୟ ରେ ଆଜି ଆଡମ୍ବର ସହ ନୂତନ ଭାବେ ଆରମ୍ଭ ହୋଇଥିବା ପି ଏମ ଶ୍ରୀ ଯୋଜନା ସହାୟତାରେ ପ୍ରଥମ ବାର୍ଷିକ ଉତ୍ସବ ଆଡମ୍ବର ସହ ପାଳିତ ହୋଇଛି। ଏହି ଉତ୍ସବ ରେ ଜିଲ ମଙ୍ଗଳ ଅଧିକାରୀ ସୋଲମନ୍ ରାଇକା, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ଅଂଶୁମାନ ମହାପାତ୍ର, ସ୍ଥାନୀୟ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କର, ମୋହନା ରେଞ୍ଜର ଲକ୍ଷ୍ମୀ ପ୍ରସାଦ ବିଷୋୟୀ, ବ୍ଲକ ଶିକ୍ଷା ବିଭାଗ ଅଧିକାରୀ ନରେନ୍ଦ୍ର କୁମାର ବେହେରା,ମୋହନା ଗ୍ରାମ ପଞ୍ଚାୟତ ସରପଞ୍ଚ ସୁନୀତା ମଲ୍ଲିକ, ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ପ୍ରମୋଦ କୁମାର ସ୍ୱାଇଁ, ସି ଆର ସି ସି ମୋହନା ସିଦ୍ଧାର୍ଥ ଚାରଣ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ଅବସରରେ ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରିଥିଲେ। ସ୍ଥାନୀୟ ବିଦ୍ୟାଳୟ ଶିକ୍ଷକ ଏବଂ ଅଧ୍ୟାପିକା ଦୁହେଁ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପଠନ ସହ ସଭା ପରିଚାଳନା କରିଥିଲେ। ଏହି ଯୋଜନା ପ୍ରଥମ ଥର ଆରମ୍ଭ ହୋଇଥିବାରୁ ଆଡମ୍ବର ସହ ପାଳିତ ହୋଇଥିଲା। ଏହାକୁ ଅଞ୍ଚଳର ଶତାଧିକ ଲୋକ ଉପଭୋଗ କରିଥିଲେ ଏବଂ ଅଟିଥି ମାନେ ଶିକ୍ଷାର୍ଥୀ ମାନଙ୍କୁ ଭଲ ମଣିଷ ହୋଇ ଉଚ୍ଚ ଶିକ୍ଷା ଗ୍ରହଣ କରିବା ସହ ବିଦ୍ୟାଳୟର ନାମ ରଖିବା ନିମନ୍ତେ ଉପଦେଶ ଦେଇଥିଲେ।