ଆବାସ ଯୋଜନାରୁ ବଞ୍ଚିତ ହେମଲତା ଦଳାଇ

ଆବାସ ଯୋଜନାରୁ ବଞ୍ଚିତ ହେମଲତା ଦଳାଇ

ଆର.ଉଦୟଗିରି, (ମନୋଜ କୁମାର ପାଢୀ) – ହେମଲତା ଓ ତାଙ୍କ ପରିବାର ବହୁ ଦରିଦ୍ର୍ୟ ସିମା ରେଖା ଦେଇ ଗତିକରୁଛନ୍ତି । ଏପରିକି ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘରନଥିବା ବେଳେ ସକାଳେ ଖାଇଲେ ସଞ୍ଜରେ ଉପବାସ ରହିବାକୁ ପଡୁଛି । ହେମା ଲତା ଅବିବାହିତ ହୋଇଥିବା ବେଳେ ନିଜ ସାନ ଭାଇ ପାଖରେ ଜୀବନ କାଟୁ ଛନ୍ତି । ଏପରିକି ସାନ ଭାଇକୁ ମଧ୍ୟ ଦୀର୍ଘ ବର୍ଷ ହେଲା ଆବାସ ଘର ମିଳିନାହିଁ ।ବର୍ତମାନ “ବାର ଦୁଆର ଶୁଣ୍ଡି ପିଣ୍ଡା ” ହୋଇ ଗତି କରୁଛନ୍ତି ହେମଲତା । ପକ୍କାଘର ଖଣ୍ଡିଏ ପାଇବା ପାଇଁ ବାରମ୍ବାର ପଞ୍ଚାୟତ ଠାରୁ ବ୍ଲକରେ ତାଙ୍କ ପରିବାର ଲୋକ ଗୁହାରି କଲେ ବି କେହି କର୍ଣ୍ଣପାତ କରୁନାହାନ୍ତି।ଦେଖୁ ଦେଖୁ ଦୀର୍ଘ ନବୀନ ପଟ୍ଟନାୟକ ଙ୍କ 25 ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ଯୋଜନା ପହଞ୍ଚି ପାରିନାହିଁ । ହେମଲତାଙ୍କ ପାଖରେ । କିନ୍ତୁ ବର୍ତମାନ ସରକାର ବଦଳିଛି ହେମଲତା ଓ ତାଙ୍କ ପରିବାରର ଭାଗ୍ୟ କେବେ ବଦଳିବ ତାକୁ ହିଁ ସମସ୍ତଙ୍କର ଅପେକ୍ଷା ।

You might also like
error: Content is protected !!