କେରଳରେ ବସ୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

କେରଳରେ ବସ୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଆର. ଉଦୟଗିରି,(ମନୋଜ କୁମାର ପାଢୀ):- ଗଜପତିରେ ପୁଣି ଦାଦନ ଦୁଃଖ। କେରଳରେ ବସ ଧକ୍କାରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ମୋହନା ଥାନା ଚନ୍ଦ୍ରଗିରି ଗ୍ରାମ ହରିଜନ ସାହିର ରସାନ୍ତ କୁମାର ମାଳି। ରସାନ୍ତ ୨ବର୍ଷ ତଳେ କେରଳର କୋଚି ଜିଲା ଅତାନିର ଏକ ହୋଟେଲରେ ଶ୍ରମିକ ଭାବେ କାମ କରୁଥିଲେ। ପ୍ରତ୍ୟେକ ଦିନ ଭଳି ଶନିବାର ସନ୍ଧ୍ୟାରେ ହୋଟେଲ କାମସାରି ଫେରିବା ବେଳେ ପଛପଟୁ ଏକ ସରକାରୀ ବସ୍‌ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ସେଠାରୁ ତାଙ୍କ ସମ୍ପର୍କୀୟ ପରିବାରଙ୍କୁ ସୂଚନା ଦେଇଥିବା ବେଳେ ବର୍ତ୍ତମାନ ଗାଁରେ ଶୋକର ଛାୟା ଖେଳିଯାଇଛି।

କେରଳରେ ବସ୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ନିଜ ପରିବାର ପୋଷିବା ଲାଗି ପତ୍ନୀଙ୍କ ସହ ଦାଦନ ଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁକୁ ସହ୍ୟ କରିପାରିନାହାନ୍ତି ପରିବାର ଲୋକେ। ପୁଅକୁ ହରାଇ ବାପା ମା’ ଅସହାୟ ହୋଇପଡ଼ିଛନ୍ତି। ରସାନ୍ତଙ୍କ ମୃତଦେହ କିପରି ଗାଁକୁ ଅଣାଯିବ ସେ ନେଇ ପରିବାର ତରଫରୁ ପ୍ରଶାସନକୁ ନିବେଦନ କରାଯାଇଛି। ଅପରପକ୍ଷେ ସରପଞ୍ଚ ରଜନୀ ପ୍ରଧାନ ହରିଶନ୍ଦ୍ର ଯୋଜନାରୁ ୩ ହଜାର ଟଙ୍କା ପରିବାରକୁ ଦେଇଛନ୍ତି।

You might also like
error: Content is protected !!