ବୁଡିବାକୁ ବସିଲାଣି ଘୋଡା ନାଚ ପରମ୍ପରା
ନୟାଗଡ,(ପ୍ରଭାକର ଶିରୋମଣି):- ଓଡିଶା ର କଳା ସଂସ୍କୃତି ଉପରେ ଆଧାରିତ ବିଭିନ୍ନ ନୃତ୍ୟ ଗୀତ ଏବେ ବୁଡି ଯିବାକୁ ବସିଲାଣି । ବିଶେଷତଃ ଚୈତ୍ର ମାସ ପୂର୍ଣ୍ଣିମାର ୧୫ । ୨୦ ଦିନ ପୂର୍ବରୁ ପାରମ୍ପରିକ ଦଣ୍ଡ ଓ ଉଦଣ୍ଡ ନାଚ ଓ ଘୋଡା ନାଚ କ୍ରମଶଃ ଶିଥିଳ ହୋଇଥିବା ଲକ୍ଷ୍ୟ କରା ଗଲାଣି । ତଥାପି କେତେକ ଗ୍ରାମାଞ୍ଚଳ ମାନଙ୍କରେ ପରମ୍ପରା କୁ ବଜାୟ ରଖିବାକୁ ଯୁବ ପୀଢ଼ି ସକ୍ରିୟ ଥିଲାକରାଯା ଉaବୟସ୍କ ଲୋକମାନେ ଦୁରେଇ ଯାଉଥିବା ଶୁଣିବାକୁ ମିଳୁଛି । ଅପର ପକ୍ଷରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଙ୍କ ପକ୍ଷରୁ କୌଳିକ ବୃତ୍ତିକୁ ପାଥେୟ କରି ପ୍ରତି ଵର୍ଷ ଚୈତ୍ର ପୂର୍ଣ୍ଣିମା ତିନି ଦିନ ପୂର୍ବରୁ ବାସେଳୀଙ୍କୁ ପୂଜା କରା ଯାଇଥାଏ l ମା ‘ ବାସେଳୀଙ୍କ ସ୍ୱରୂପ ଅଶ୍ୱ ମସ୍ତକଙ୍କୁ କୋଠିରେ ପୂଜାର୍ଚନା କରା ଯାଇ ପୂର୍ବ ପରମ୍ପରା ଅନୁଯାୟୀ ଗ୍ରାମ ବିଜେ କରାଯାଇଥାଏ ଓ ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଫକୀର ଅତବୁଦ୍ଧି ପାଟଣା ବରୁଣେଇ ଙ୍କ ମନ୍ଦିରରୁ ଅଶ୍ୱମସ୍ତକ ଖଚିତ ପୂର୍ଣ୍ଣାଙ୍ଗ ଅଶ୍ୱ ମାଧ୍ୟମରେ ଚାଳକଙ୍କ ଦ୍ୱାରା ବାଦ୍ୟର ତାଳେ ତାଳେ ନାଚି ନାଚି ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପରିବାରମୁଖ୍ୟ କଣ୍ଟିଲୋ ହାଟ ମୁଣ୍ଡ ପାଟଣା ବସନ୍ତ କୁମାର ସାହୁଙ୍କ ଘରକୁ ବିଜେ ହୋଇଥିଲେ ଓ ସେଠାରେ ପୂଜାର୍ଚ୍ଚନା ଓ ବନ୍ଦାପନା ପରେ କୋଠିକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେହିପରି ସ୍ଥାନୀୟ କଂସାରୀ ସାହି ପାଟଣା ମାଧବ ଚନ୍ଦ୍ର ବେହେରା ଙ୍କ କୋଠିରୁ ମା ‘ ବାସେଳୀ ଙ୍କ ଚଳନ୍ତି ଅଶ୍ୱ ମସ୍ତକ ଖଚିତ ଅଶ୍ୱ ଙ୍କୁ ଶୋଭାଯାତ୍ରାରେ ଆଜି ମଙ୍ଗବାର ପରମ୍ପରା ଅନୁଯାୟୀ ଶ୍ରୀ ନୀଳମାଧଵ ଜୀଉଙ୍କ ମନ୍ଦିର ସିଂହ ଦ୍ୱାର ସ୍ଥିତ ଅରୁଣ ଖମ୍ବ ନିକଟରେ ବିଜେ ହେବା ପରେ ସେଠାରେ ପୂଜାର୍ଚ୍ଚନା କରାଯାଇ ଥିଲା । ପ୍ରତ୍ୟା ବର୍ତ୍ତନ ପରେ କୃଷ୍ନେଶ୍ୱର ପାଟଣା ଓ ମାଧବ ଚୌଧୁରୀ ପାଟଣା ନିର୍ଦ୍ଦିଷ୍ଟ ପରିବାରରେ ପାରମ୍ପରିକ ବନ୍ଦାପନା ହୋଇଥିଲା । ସୂଚନା ଯୋଗ୍ୟ ଯେ ଏହି ଦିବସ ମାନଙ୍କରେ ପୂର୍ବ ପରମ୍ପରା ଅନୁସାରେ ଘୋଡା ନାଚ କରାଯାଇ ଦୁଇ ଜଣ ସଖୀ ଙ୍କ ଦ୍ୱାରା ଗାଉଁଲି ଭାଷାର ସଂଳାପ ସହ ବାଦ୍ୟ ଯନ୍ତ୍ର ବ୍ୟବହୃତ ହେଉଥିଲା ।