ନୟାଗଡ଼,( ପ୍ରଭାକର ଶିରୋମଣି ):- ପବିତ୍ର ବିଷୁବ ସଂକ୍ରାନ୍ତି ଅବସର ରେ ଖଣ୍ଡପଡା ବ୍ଳକ ଅଞ୍ଚଳ ର ପ୍ରାୟ ପ୍ରତ୍ୟେକ ମହାବୀର ହନୁମାନଙ୍କ ମନ୍ଦିର ରେ ମହା ସ୍ରମାରୋହ ରେ ଜୟନ୍ତୀ ଉତ୍ସବ ସୋମବାର ପାଳିତ ହୋଇ ଯାଇଛି l କଣ୍ଟିଲୋ ନୀଳମାଧଵ ମନ୍ଦିର ପାର୍ଶ୍ୱ ପଦ୍ମାଦ୍ରୀ ପାହାଡ଼ରେ ପ୍ରତିଷ୍ଠିତ ଶ୍ରୀରାମ ଭକ୍ତ ପ୍ରଭୁ ଶ୍ରୀ ହନୁମାନଙ୍କ ପୀଠରେ ଜୟନ୍ତୀ ଉତ୍ସବ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି l ହନୁମାନ ଚାଳିଶା ପଠନ ସହ ଆହୁତି ପ୍ରଦାନ କାର୍ଯ୍ୟକ୍ରମ ଦିନ ତମାମ ଚାଲିଥିବା ବେଳେ ସୂର୍ଯ୍ୟାସ୍ତ ସମୟରେ ଯଜ୍ଞ ପୂର୍ଣ୍ଣାହୂତି ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଶତାଧିକ ମହିଳା ଓ ପୁରୁଷ ଭକ୍ତ ଯୋଗ ଦେଇ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ଆଜି ପବିତ୍ର ଓଡ଼ିଆ ନବ ବର୍ଷ ଓ ପଣା ସଂକ୍ରାନ୍ତି ତଥା ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ସମସ୍ତ ହନୁମାନ ମନ୍ଦିରରେ ଜୟନ୍ତୀ ଉତ୍ସବ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଶେଷତଃ କଣ୍ଟିଲୋ ବଜାର ପଞ୍ଚମୁଖୀ ହନୁମାନ ମନ୍ଦିର,ପାଣୁ ସାହୁ ପାଟଣା ଶ୍ରୀ ହନୁମାନ ମନ୍ଦିର, କଂସାରୀ ସାହି ପାଟଣା ସିଦ୍ଧ ମହାବୀର ହନୁମାନ ମନ୍ଦିର ଓ ମାଧବ ଚୌଧୁରୀ ପାଟଣା ହନୁମାନ ମନ୍ଦିର ସମେତ ଆଖ ପାଖ ଅଞ୍ଚଳ ବଡ ବାଣପୁର, ପଥର ଚକଡା ରେ ଥିବା ପ୍ରତ୍ୟେକ ମନ୍ଦିର ମାନଙ୍କ ରେ ପୂଜାର୍ଚ୍ଚନା, ସଂକୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇ ଥିଲା l