ଶାଳବଣ ସାହିତ୍ୟ ସଂସଦର ମହାବିଷୁବ ଆସର


ବାଲିଗୁଡା, ୧୪/୦୪ [ସୁକାନ୍ତ କୁମାର ତ୍ରିପାଠୀ]ସ୍ଥାନୀୟ ବନବାସୀ ସେବା ସମିତି ପରିସରରେ ଶାଳବଣ ସାହିତ୍ୟ ସଂସଦର ମହାବିଷୁବ ଆସର ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ମହୋତ୍ସବରେ ସଭାପତି ଡ଼ ମଧୁସୂଦନ ମହାପାତ୍ର ସ୍ଵାଗତ ସମ୍ଭାଷଣ ଜଣାଇ ଥିଲେ। ମୁଖ୍ୟ ବକ୍ତା ପ୍ରବଚକ ପଣ୍ଡିତ ଡ଼ ଚନ୍ଦ୍ରଶେଖର ଦାଶ ଭ୍ଞ ସାହିତ୍ୟ ଓ ଶ୍ରୀଜଗନ୍ନାଥ ଚରିତାମୃତ ସଙ୍ଗୀତ ଗାନ କରି ଆଲୋଚନା କରିଥିଲେ। ସମ୍ପାଦକ ରବୀନ୍ଦ୍ର ନାଥ ରଥ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ।ସହ ସମ୍ପାଦକ କୈଳାସ ଚନ୍ଦ୍ର ବେହେରା ଅତିଥି ପରିଚୟ ଦେଇଥିଲେ ।କୁରେଇ ମୁଖପତ୍ର ଉନ୍ମୋଚିତ ପର୍ବରେ ମୁଖ୍ୟ ସମ୍ପାଦକ ଡ଼ ବିଭୂତିଭୂଷଣ ଆଚାର୍ଯ୍ୟ ଉପସ୍ଥିତ ଥିଲେ।ବନବାସୀ ସେବା ସମିତି ଛାତ୍ରୀମାନେ କୈବର୍ତ୍ତ ନାୟକଙ୍କ ନିର୍ଦ୍ଦଶନାରେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। ମୁଖ୍ୟ ଅତିଥି କୈ।ଶିକ ସାହୁ ଶାଳବଣ ସାହିତ୍ୟ ସଂସଦର ସୁଦୀର୍ଘ ଇତିହାସ ବଖାଣି ଥିଲେ।ଉଦ୍ଘାଟକ ବନବାସୀ ସେବା ସମିତି ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଉଦ୍ ଘାଟନୀ ଉଦ୍ ବୋଧନ ଦେଇଥିଲେ।ସୁଶାନ୍ତ କୁମାର ମିଶ୍ରଙ୍କୁ ସୀମାଞ୍ଚଳ ମହାରଣା ସ୍ମୃତି ସମ୍ମାନ ବଳରାମ ଗୈ।ଡ଼ ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ ଚନ୍ଦ୍ରଶେଖର ଦାଶଙ୍କୁ ଇତ୍ୟବସରରେ ସମ୍ମାନିତ କରାଯାଇଥିଲା। ସସ୍ମିତା ପଣ୍ଡା ଦୀପ୍ତିମୟୀ ରଥ ମାନପତ୍ର ପାଠ ସହ କବିତା ସଂଯୋଜନା କରିଥିଲେ।ସ୍ବରଚିତ କବିତା ପାଠୋତ୍ସବରେ ବିଷୁବ ପଣା ପାନ ସହ କୁମୁଦିନୀ ମହାରଣା ପ୍ରତାପ ବେହେରା ରଞ୍ଜିତ ପ୍ରଧାନ ବିଶ୍ଵେଶ୍ଵର ଆଚାର୍ଯ୍ୟ ସ୍ୱାଗତିକା ସାହୁ ଶରତଚନ୍ଦ୍ର ମିଶ୍ର ରଞ୍ଜିତ ପଣ୍ଡା ବିଶ୍ଵଜିତ ଜେନା ସସ୍ମିତା ସାମନ୍ତ ପତିତପାବନ ରାଉତ ପ୍ରତ୍ୟୁଷରଞ୍ଜନ ଶତପଥୀ ପ୍ରହ୍ଲାଦପ୍ରସାଦ ଲେଙ୍କା ଜୟହର ମହାନ୍ତି ଅଂଶ ଗ୍ରହଣ କରିଥିଲେ। ପତିତପାବନ ରାଉତଙ୍କ ଶୁଣ ସରକାର ନାଟକ କୈଳାସଚନ୍ଦ୍ର ବେହେରାଙ୍କ ଗୁରୁଦକ୍ଷିଣା ପୁସ୍ତକ ଉନ୍ମୋଚନ କରିଥିଲେ ଅତିଥିମାନେ ।

You might also like
error: Content is protected !!