ସ୍ନାତକ ବ୍ୟାଚ୍ ପକ୍ଷରୁ ସମ୍ବର୍ଦ୍ଧନା
ବ୍ରହ୍ମପୁର, (ରାଜେନ୍ଦ୍ର ସାହୁ):- ଖଲ୍ଲିକୋଟ ମହାବିଦ୍ୟାଳୟ ୧୯୮୫ ମସିହା ସ୍ନାତକ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପକ୍ଷରୁ ‘ଉତ୍କଳ ଆଶ୍ରମ’ ସଭାଗୃହରେ ଏକ ଭବ୍ୟ ଷଷ୍ଟିପୂର୍ତ୍ତି ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରାଶାସନିକ ଭବନର ବରିଷ୍ଠ ବିଭାଗୀୟ ଅଧିକାରୀ ଡକ୍ଟର୍ ଶଙ୍କର ମାଝୀଙ୍କୁ ଉପଢୌକନ,ପ୍ରଶସ୍ତିପତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ୧୯୮୫ ବ୍ୟାଚ୍ ସ୍ନାତକ ସହାଧ୍ୟାୟୀ ତଥା ଲୋକସେବକ ମଣ୍ଡଳ ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନାଙ୍କ ପୌରୋହିତ୍ୟରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଉଦ୍ଘାଟକ, ଖ୍ୟାତିପ୍ରାପ୍ତ ଐତିହାସିକ ତଥା ପ୍ରବାଚକ ପ୍ରଫେସର୍ ମଦନ ମୋହନ ମହାପାତ୍ର ମୁଖ୍ୟଅତିଥି, ଏମ୍.କେ.ସି.ଜି.ଭେଷଜ ମହାବିଦ୍ୟାଳୟ ପ୍ରଫେସର୍ ଡ. ପି. ରବିକୁମାର, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ଓ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଉପ-ନିର୍ଦ୍ଦେଶକ ସୁଶାନ୍ତ ଦାସ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଡ.ମାଝିଙ୍କ ସଂପର୍କରେ ଆଲୋକପାତ କରିଥିଲେ । ଡ. ହୃଷୀକେଶ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡ. ସଞ୍ଜୟ କୁମାର ପଣ୍ଡା ପ୍ରଶସ୍ତିପତ୍ର ପାଠ କରିଥିଲେ । କଳିଙ୍ଗ ବିଦ୍ୟାମନ୍ଦିର ର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଡ. ମାଝି ନିଜ ସଂଘର୍ଷମୟ ସେବା ସମର୍ପିତ ଜୀବନ ସମ୍ପର୍କରେ ଉଲ୍ଲେଖ କରିବା ସହ ଆଗାମୀ ସମୟ ସକ୍ରିୟ ସମାଜସେବାରେ ନିୟୋଜିତ ରହିବେ ବୋଲି କହିଥିଲେ l ଡ.ରମେଶ ଚନ୍ଦ୍ର ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।