ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଦ୍ରଙ୍ଗିଆ ଠାରେ ଆମ ସଂସ୍କୃତି, ଆମ ଖେଳଣା କାର୍ଯ୍ୟକ୍ରମ

ବାଲିଗୁଡା, ୨୬.୦୩ [ସୁକାନ୍ତ କୁମାର ତ୍ରିପାଠୀ )ବାଲିଗୁଡା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଦ୍ରଙ୍ଗିଆ ଠାରେ ଆମ ସଂସ୍କୃତି, ଆମ ଖେଳଣା ଓ ବାର୍ଷିକ ଉତ୍ସବ ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦିପ୍ତିମୟୀ ରଥଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୂଖ୍ୟ ଅତିଥି ବାଟାଗୁଡା ପଞ୍ଚାୟତର ସରପଞ୍ଚ ପ୍ରତାପ ଚନ୍ଦ୍ର ମଲ୍ଲିକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସଞ୍ଜୟ ଦିଗାଲ, ଜିଲ୍ଲା ପରିଷଦ ସଭ୍ୟ କରୁଣାକର ଦିଗାଲ,ମୁଖ୍ୟ ବକ୍ତା ପାଲୁଙ୍କିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଣିରାମ ନାୟକ, ସମ୍ମାନୀତ ଅତିଥି ପାଙ୍ଗାପଡ଼ା ବିଦ୍ୟାଳୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଦ୍ରଙ୍ଗିଆ ଠାରେ ଆମ ସଂସ୍କୃତି, ଆମ ଖେଳଣା କାର୍ଯ୍ୟକ୍ରମପ୍ରଧାନଶିକ୍ଷକ ସୁଦାମ କୁମାର ସାହୁ, ପ୍ରାକ୍ତନ ସି. ଆର. ସି. ଚନ୍ଦ୍ରଭାନୁ ଭୋଇ, ଓ ସି. ଆର.ସି ଫିଲପ୍ ଦିଗାଲ ପ୍ରମୁଖ ମଞ୍ଚାସୀନ ଥିଲେ । ବରିଷ୍ଠ ଶିକ୍ଷକ ଆଦିତ୍ୟ ପ୍ରସନ୍ନ ବେହେରା ସଭା ପରିଚାଳନା କରିଥିଲେ ଶିକ୍ଷୟିତ୍ରୀ ଗାୟତ୍ରୀ ବେହେରା, ପ୍ରତିମା ପ୍ରଧାନ ପୁରସ୍କାର ବିତରଣ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କରିଥିଲେ।ଏଥିରେ ସମସ୍ତ ଅଭିଭାବକ, ଛାତ୍ର ଛାତ୍ରୀ ଉପସ୍ଥିତ ରହି ସାଂସ୍କୃତିକ କାର୍ଯକ୍ରମ ଉପଭୋଗ କରିଥିଲେ ଓ ଶେଷରେ ପ୍ରିୟଙ୍କା ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ |

Smart Computer Ad
You might also like
error: Content is protected !!