ଆଦିବାସୀ ଦିଅଁ କୁ ଦର୍ଶନ କଲେ ଆଦିବାସୀ ଝିଅ

କଣ୍ଟିଲୋ( ପ୍ରଭାକର ଶିରୋମଣି)୨୪ /୩ଦେଶର ମହା ମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନିର୍ଦ୍ଧାରିତ ସମୟରେ ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ପୀଠରେ ଐତିହାସିକ ପଲଟନ ପଡିଆରେ ପ୍ରସ୍ତୁତ ହେଲି ପ୍ୟାଡ଼ରୁ ଅବତରଣ  କରି କାରଯୋଗେ ପାଖରେ ଥିବା ସରକାରୀ ଡାକ ବଙ୍ଗଳlକୁ ଆସିଥିଲେ  l ରାଷ୍ଟ୍ରପତି ଙ୍କ ସହିତ ମାନ୍ୟବର ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭପତି, ମାନ୍ୟବର ଵାଚସ୍ପତି  ସୁରମା ପାଢ଼ୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଓ ବଡମ୍ବା ବିଧାୟକ ବିଜୟ କୁମାର ଦଳବେହେରା ଉପସ୍ଥିତ ଥିଲେ l କିଛି ସମୟ  ସରକାରୀ ଡାକ ବଙ୍ଗଳା ରେ ରହିବା ପରେ  ମହାନଦୀ ଦକ୍ଷିଣ ପାର୍ଶ୍ଵ ମାଳବନ୍ଧ ଦେଇ ନୀଳମାଧବ ଜୀଉଙ୍କ ପଶ୍ଚିମ ଦ୍ୱାର ଠାରୁ ଲିଫ୍ଟ ଯୋଗେ ମନ୍ଦିର ଉପରକୁ ଯାଇଥିଲେ ଓ ପୂଜକ ସମାଜ ସଭାପତି ମନୋଜ କୁମାର ମିଶ୍ର, ସମ୍ପାଦକ ହୃଷିକେଶ ମିଶ୍ର ଓ ଅନ୍ୟ ସେବାୟତ ମାନେ ଲିଫ୍ଟ ନିକଟରୁ ରାଷ୍ଟ୍ରପତି ପତି ଙ୍କ ସମେତ ଅନ୍ୟ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ l ମନ୍ଦିର ଗର୍ଭ ଗୃହ ଭିତର କାଠ ନିକଟରେ ଆଦିବାସୀ ବିଶ୍ୱାବସୁ ଶବର ପୂଜିତ  ଦିଅଁ ପ୍ରଭୁ ଶ୍ରୀ ନୀଳ ମାଧବ ଙ୍କୁ ଆଦିବାସୀ ସମ୍ପ୍ରଦାୟ ର ଝିଅ ଆଜିର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦର୍ଶନ କରି ଥିଲେ l . 

ଆଦିବାସୀ ଦିଅଁ କୁ ଦର୍ଶନ କଲେ ଆଦିବାସୀ ଝିଅ

ସୂଚନା ଯୋଗ୍ୟ, ରାଷ୍ଟ୍ରପତି ଙ୍କ ପାଇଁ ନୀଳମାଧଵ ପୂଜକ  ସମାଜ ପକ୍ଷରୁ ଆଜି ଶ୍ରୀ ଜୀଉଙ୍କୁ ଭୈରବ ମନ୍ତ୍ରରେ ସର୍ବାଙ୍ଗ ଚନ୍ଦନ ଲାଗି ସ୍ୱତନ୍ତ୍ର ବେଶ କରାଯାଇଥିଲା l ଦର୍ଶନ ସମୟରେ ନୀଳମାଧବାୟ ଲେଖାଥିବା ଏକ ପାଟ ବସ୍ତ୍ର ମହା ମହିମ ରାଷ୍ଟ୍ରପତିଙ୍କୁ ଉପଢୌକନ ସ୍ୱରୂପ ସଭାପତି ମନୋଜ କୁମାର ମିଶ୍ର ଓ ସମ୍ପାଦକ ହୃଷିକେଶ ମିଶ୍ର ପ୍ରଦାନ କରିଥିଲେ l ଏହି ପରିପ୍ରେକ୍ଷୀରେ ନୀଳମାଧବ ଙ୍କ ପୂର୍ବ ଦ୍ୱାର ବିକାଶ ପ୍ରକଳ୍ପ କୁ କାର୍ଯ୍ୟକାରୀ କରିବା ସହିତ ନୀଳମାଧଵ ପୀଠ ଅଧିକ ବିକାଶ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିବା ଓ ମନ୍ଦିର ପାଇଁ ପରିଚାଳନା କମିଟି ଗଠନ କରିବା ସମ୍ବନ୍ଧରେ  ପୂଜକ ସମାଜ ପକ୍ଷରୁ ଏକ ଦାବିପତ୍ର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଙ୍କୁ ପ୍ରଦାନ କରିଥିଲେ |

You might also like
error: Content is protected !!