F ଚତୁର୍ଥ ବାଟାଲିୟନ ସିଆରପିଏଫ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ।
ଚନ୍ଦ୍ରପୁର, (କୈଳାସ ମାଳବିଶୋଇ):- ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସଦରମହକୁମା F ଚତୁର୍ଥ ବାଟାଲିୟନ ସିଆରପିଏଫ ତରଫରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଭାବେ ରାୟଗଡା ଦ୍ଵିତୀୟ କମାଣ୍ଡେଣ୍ଡ ସଞ୍ଜୟ ରାଉତ, ଡେପୁଟି କମାଣ୍ଡେଣ୍ଡ ମୁକେଶ ସିଂ ଯୋଗଦେଇଥିଲେ । ସାମ୍ନାନୀୟ ଅତିଥିଭାବେ ଚତୁର୍ଥ ବାଟାଲିୟନ ସିଆରପିଏଫ କମାଣ୍ଡେଣ୍ଡ ଉମାକାନ୍ତ ଭାୟାଜି ଗେରେଡକର ଇନିସ୍ପେକ୍ଟର କନୱାର ପାଲସିଂ, ଚନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ରଞ୍ଜିତା ବ୍ରେକେବେଡା, ଚନ୍ଦ୍ରପୁର ଥାନା ଆଇଆଇସି ଶ୍ରୀ ପ୍ରଶାନ୍ତ କୁମାର ସେଠି, ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରେମାନନ୍ଦ ଲିମା ଯୋଗଦେଇଥିଲେ । ଏଥିରେ ଚନ୍ଦ୍ରପୁର, ବିଜାପୁର ଓ ସାର୍କୀମା ପଞ୍ଚାୟତ ର 24 ଜଣ ମହିଳାଙ୍କୁ ସିଲେଇ ମେସିନ୍ ପ୍ରଦାନ କରିଥିଲେ । ଉକ୍ତ ମହିଳାଙ୍କୁ ଚଳିତ ମାସ 8 ତାରିଖ ଠାରୁ 13 ତାରିଖ ପର୍ଯ୍ୟନ୍ତ ସିଲେଇ ମାଷ୍ଟର ତାଲିମ ପ୍ରଦାନ କରିଥିଲେ । ମହିଳାଙ୍କୁ ରୋଜଗାର ଯୋଗାଇ ଦେବା ନିମନ୍ତେ ସରକାର ଯୋଗାଇ ଦେଇ ଛନ୍ତି ମହିଳାଙ୍କୁ ମିସିନ ଏବଂ ସେମାନଙ୍କୁ ସିଆରପିଏଫ ଯବାନ ମାନଙ୍କୁ ଦେଖି ନ ଡରିବା ନିମନ୍ତେ ଓ ଅନ୍ୟନ୍ୟ ମହିଳାଙ୍କୁ ହୁଝାଇବା ନିମନ୍ତେ କହିଛନ୍ତି । ଏହି ଜନ ସମ୍ପର୍କ ଶିବିରରେ F ଚତୁର୍ଥ ବାଟାଲିୟନ ଯବାନ ମାନେ ସମସ୍ତେ ସହଯୋଗ କରିଥିଲେ ଓ ସମସ୍ତଙ୍କ ପାଇଁ ଖାଦ୍ୟ ପରିବେଶଣ କରିଥିଲେ । ଏଥିରେ F କମାଣ୍ଡେଣ୍ଡ ଶ୍ରୀ ଭାୟାଜି ସମସ୍ତଙ୍କୁ ଧନ୍ୟବାଦ ଦେଇ ଜନ ସମ୍ପର୍କ କୁ ସମାପ୍ତ ଘୋଷଣା କରିଥିଲେ ।