ଧଳା ଜହର ସହ ଦୁଇ ଜଣ ଗିରଫ

ଧଳା ଜହର ସହ ଦୁଇ ଜଣ ଗିରଫ

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ଜଟଣୀ ଥାନା ଅନ୍ତର୍ଗତ ଖୁଦୁପୁର ଛକରେ ବ୍ରାଉନସୁଗାର ବିକ୍ରି ହେବା ଖବର ପାଇ ଜଟଣୀ ଥାନା ଅଧିକାରୀ ଷ୍ଟାଲିନ କୁମାର ବିଶ୍ଵାଳଙ୍କ ନିର୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ଖୁଦୁପୁର ଛକ ନିକଟରେ ଅତର୍କିତ ଚଢଉ କରିବା ସହିତ ବେଆଇନ ବ୍ରାଉନ ସୁଗାର ଚାଲାଣ ଅଭିଯୋଗରେ ସନ୍ତୋଷ କୁମାର ପାଣ୍ଡିଆ ( ୩୫) ଓରଫ ଡୁଗୁଲା ଏବଂ ବିଦ୍ୟାଧର ନାଇକ(୨୩) ଓରଫ ଫୁକୁଲ ଉଭୟ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ଦୁଇ ଅଭିଯୁକ୍ତଙ୍କ ନିକଟରୁ ମୋଟ ୧୩ ଗ୍ରାମ ଓଜନର ବ୍ରାଉନ ସୁଗାର ୧୩ ଗ୍ରାମ ଓଜନର ବ୍ରାଉନ ସୁଗାର ଏବଂ ଏକ ମୋଟରସାଇକେଲ ଜବତ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ଦୁହେଁ ସମ୍ପୃକ୍ତ ବେଆଇନ ବ୍ରାଉନ ସୁଗାରକୁ ଖୋର୍ଦ୍ଧା ଅଞ୍ଚଳରୁ ସଂଗ୍ରହ କରି ଆଣିବା ସହ ବିକ୍ରୟ ନିମନ୍ତେ ଜଟଣୀ ଅଭିମୁଖେ ଯାଉଥିବା ଏବଂ ଏହି ବ୍ୟବସାୟ ଦୀର୍ଘଦିନ ହେବ କରିଆସୁଥିବା କଥା ସ୍ଵୀକାର କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଜଟଣୀ ଥାନା ପୁଲିସ ଏକ ବେଆଇନ ବ୍ରାଉନସୁଗାର ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ନିଶା କାରବାର ଜନିତ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ଵର ସହରାଞ୍ଚଳ
ପୁଲିସ ତରଫରୁ ଏକ ହ୍ୱାଟପ ନମ୍ବର– ୭୦୭୭୭୯୮୧୧୧ ଜାରି କରାଯାଇଛି ।

You might also like
error: Content is protected !!