ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଇନ ଶୃଙ୍ଖଳା ସମୀକ୍ଷା କଲେ ଆଡିଶିନାଲ ଡିଜି ଏବଂ ଆଇଜି 

ନୟାଗଡ, (ପ୍ରଭାକର ଶିରୋମଣି):- କଣ୍ଟିଲୋ  ଶ୍ରୀ ଜଗନ୍ନାଥଙ୍କର ଆଦିପୀଠ ମହାପ୍ରଭୁ ଶ୍ରୀ ନୀଳମାଧବଙ୍କ ଦର୍ଶନ ନିମନ୍ତେ ଆସନ୍ତା ୨୪ ମାର୍ଚ୍ଚରେ ମହାମହିମ ରାଷ୍ଟ୍ରପତି. ଦ୍ରୌପଦୀ ମୁର୍ମୁ ଙ୍କ ଗସ୍ତ ନେଇ ଓଡ଼ିଶା ପୋଲିସ ବିଭାଗ ପକ୍ଷରୁ ଗତ  ଶୁକ୍ରବାର ମଧ୍ୟାହ୍ନ ସମୟରେ ଆଡ଼ିଶିନାଳ (ପୋଲିସ ଉପ ମହାନିର୍ଦ୍ଦେଶକ) ଡିଜି ରାଜେଶ କୁମାର,ସେଣ୍ଟ୍ରାଲ ଆଇଜି ପ୍ରବୀଣ କୁମାର ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ଖଣ୍ଡପଡ଼ା ଉପଖଣ୍ଡ ପୋଲିସ ଅଧିକାରୀ ମଦନ ମୋହନ ପ୍ରଧାନ ଙ୍କ ସମେତ ଖଣ୍ଡପଡ଼ା ଥାନା  , ଫତେଗଡ ଥାନା ,କଣ୍ଟିଲୋ ଫାଣ୍ଡି ଅଧିକାରୀ ସମେତ ଉପସ୍ଥିତିରେ କଣ୍ଟିଲୋ ପଲ୍ଟନ ପଡିଆ, ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଓ ପରେ ପଶ୍ଚିମ ଦ୍ଵାରକୁ  ଯାଇ ନୀଳମାଧବଙ୍କ ଦର୍ଶନ କରିବା ସହିତ ସେବାୟତ ମାନଙ୍କ ସହ ଆଲୋଚନା କରିଥିଲେ ଏବଂ ବର୍ତ୍ତମାନର ସ୍ଥିତି ସମ୍ପର୍କ ରେ  ଅନୁଧ୍ୟାନ କରିଥିଲେ । ପରେ ଭାପୁର ବ୍ଲକ ଅଧୀନ ଧାନ ଚାଙ୍ଗଡ଼ା  ପଞ୍ଚାୟତ ଅଧୀନ  କାଳିଆପଲ୍ଲୀ ଗ୍ରାମକୁ ଯାଇ ସେଠିକାର ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଆଇନ ଶୃଙ୍ଖଳା ସ୍ଥିତି ଯାଞ୍ଚ କରିବା ପରେ ଫେରି ଆସିଥିଲେ ।କଣ୍ଟିଲୋ ଜଳସମ୍ପଦ ଡାକ ବଙ୍ଗଳାରେ ନୟାଗଡ ଆରକ୍ଷୀ ଅଧିକ୍ଷକଙ୍କ ସହିତ ଅନେକ ସମୟ ଆଲୋଚନାକରି ଭବିଷ୍ୟତ କାର୍ଯ୍ୟ ପନ୍ଥା ପ୍ରସ୍ତୁତ କରିଥିଲେ ।

Smart Computer Ad
You might also like
error: Content is protected !!