“ଉତ୍କର୍ଷ ଓଡିଶା” ସମ୍ପର୍କରେ ଆଲୋଚନାଚକ୍ର

"ଉତ୍କର୍ଷ ଓଡିଶା" ସମ୍ପର୍କରେ ଆଲୋଚନାଚକ୍ର

ବ୍ରହ୍ମପୁର,(ରାଜେନ୍ଦ୍ର.ସାହୁ):- ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ,ପ୍ରବନ୍ଧ ବାନ ବିଭାଗ ତରଫରୁ ଓଡିଶା ରାଜ୍ୟସରକାରଙ୍କ “ଉତ୍କର୍ଷ ଓଡିଶା” ମେଗା କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ପ୍ରୋ. ରଶ୍ମିର।ଜ ପାଳ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଓ ଏଏସଏମଇର ସାଧାରଣ ସମ୍ପାଦକ ଇଂ ସାତ୍ୱିକ ସ୍ଵାଇଁ ମୋହନ ସରକାର ଙ୍କ ନିକଟ ଅତୀତରେ ରେ ଅୟୋଜିତ “ଉତ୍କର୍ଷ ଓଡିଶା” ଯୋଜନା ର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ । ସଦ୍ୟ ସମାପ୍ତ ହୋଇଥିବା ଉତ୍କର୍ଷ ଓଡିଶl କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଓଡିଶା ସରକାରଙ୍କ ଏହି ଉଦ୍ୟମ ଯୋଗୁଁ ରାଜ୍ଯ କୁ ପ୍ରାୟ ଟ ୧୬.୪୫ଲକ୍ଷ କୋଟି ରୁ ଅଧିକ ନିବେଶ ଆସିବାର ରାସ୍ତା ତିଆରି ହୋଇଛି । ଏହି ପରିମାଣର ପୁଞ୍ଜି ନିବେଶ ଓଡ଼ିଶା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନିତ କରିବ ।

"ଉତ୍କର୍ଷ ଓଡିଶା" ସମ୍ପର୍କରେ ଆଲୋଚନାଚକ୍ର

ଏଥିଦ୍ଵାରା ସିଧାସଳଖ ଲକ୍ଷାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ସହସ୍ରାଧିକ ଆନୁସାଙ୍ଗୀକ ଲଘୁ ଉଦ୍ୟୋଗ ପ୍ରତିଷ୍ଠା ହୋଇପାରିବ । ପ୍ରୋ. ପାଳ ରାଜ୍ୟ ରେ କୃଷି ଓ ପର୍ଯ୍ୟଟନ ଉଦ୍ୟୋଗ ରେ ଥିବା ବ୍ୟବସାୟିକ ସମ୍ଭାବନା ଓ ଏଥି ପାଇଁ ଭାରୀ ପୁଞ୍ଜି ନିବେଶ ର ଆବଶ୍ୟକତା ରହିଛି ବୋଲି କହିଥିଲେ । ପ୍ରବନ୍ଧନ ବିଦ୍ୟାଳୟ ଫୋରମ୍, ଭୁବନେଶ୍ବର ର ସହଭାଗୀତା ରେ ରାଷ୍ଟ୍ରୀୟ ପ୍ରବନ୍ଧନ ସପ୍ତାହ ପାଳନ ହୋଇଯାଇଛି । କାର୍ଯ୍ୟକ୍ରମ ଶେଷ ରେ ଗୌତମ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ସିଏମଏ ଅକ୍ଷୟ ସ୍ଵାଇଁ,ସରସ ପଣ୍ଡା ଓ ତପସ୍ୱିନୀ ପାଣିଗ୍ରାହୀ ସହଯୋଗ କରିଥିଲେ ।

Smart Computer Ad
You might also like
error: Content is protected !!