ନାରାୟଣ ସେବା କେନ୍ଦ୍ର ପକ୍ଷରୁ ପାନୀୟ ଜଳ ବଣ୍ଟନର ଶୁଭାରମ୍ଭ

ବାଲିଗୁଡା, ୧୪.୦୩.୨୦୨୫[ସୁକାନ୍ତ କୁମାର ତ୍ରିପାଠୀ] :ସମଗ୍ର ରାଜ୍ୟରେ ଏବେ ଠାରୁ ହିଁ ପ୍ରବଳ ଖରା ସାଙ୍ଗକୁ ଗରମ ବୃଦ୍ଧି ପାଇବାରେ ଲାଗିଛି l ଏହା କନ୍ଧମାଳ ଜିଲ୍ଲାର ସମଗ୍ର ଅଞ୍ଚଳରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ଯାତାୟାତ ପଥିକ ମାନଙ୍କ ପାଇଁ ନାରାୟଣ ସେବା କେନ୍ଦ୍ର ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମାଟି ମାଠିଆରେ ପାଣି ରଖି ଥଣ୍ଡା ପାନୀୟ ଜଳ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ବେଦାନ୍ତ କେଶରୀ ସ୍ଵାମୀଲକ୍ଷ୍ମଣା ନନ୍ଦ ସଂସ୍କୃତ କନ୍ୟାଶ୍ରମ ର ପରିଚାଳକ ମୁଖ୍ୟ ସ୍ଵାମୀ ଜୀବନା ମୁକ୍ତାନନ୍ଦ ପୁରୀ ଏହି ଜଳବଣ୍ଟନ ବ୍ୟବସ୍ଥା ର ଶୁଭାରମ୍ଭ କରିଛନ୍ତି । ଖରା ଦିନକୁ ଆଖି ଆଗରେ ରଖି ଗାୟତ୍ରୀ ପରିବାର ନାରାୟଣ ସେବା କେନ୍ଦ୍ର ର ମୁଖ୍ୟ ପରିଚାଳକ ଅନ୍ତର୍ଯ୍ୟାମି ବେହେରା କହିଛନ୍ତି ଯେ, ପୂର୍ବ ବର୍ଷ ରେ ମଧ୍ୟ ସାଧାରଣ ଲୋକଙ୍କୁନାରାୟଣ ସେବା କେନ୍ଦ୍ର ପକ୍ଷରୁ ପାନୀୟ ଜଳ ବଣ୍ଟନର ଶୁଭାରମ୍ଭ ଖରାଦିନ ରେ ପାନୀୟ ଜଳ ପ୍ରଦାନ କରାଯାଉଥିଲା, କିନ୍ତୁ ଚଳିତ ବର୍ଷ ମାଟି ମାଠିଆରେ ପାଣି ପ୍ରଦାନ କରାଯିବ ଓ ଲୋକଙ୍କୁ ମଧ୍ୟ ସଚେତନ କରାଯିବ ସମସ୍ତେ ମାଟି ମାଠିଆ ରେ ପାଣି ରଖି ବ୍ୟବହାର କରନ୍ତୁ । ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାର ସଭାପତି ଅନନ୍ତ ଚରଣ ପୃଷ୍ଟି , ବିରୁପାକ୍ଷ ଦାସ , ଜଗନ୍ନାଥ ବେହେରା , ଓକିଲ ସଂଘ ସଭାପତି ଟି.ହରିଶ୍ଚନ୍ଦ୍ର ରାଓ , ବରିଷ୍ଠ ଆଇନଜିବୀ କ୍ଷମା ସାଗର ପ୍ରଧାନ, ସାମ୍ବାଦିକ ସନ୍ତୋଷ ଦାସ ,ସ୍ଵୟଂ ସେବକ ସଂଘ ର ଜିଲ୍ଲା ସମ୍ପର୍କ ପ୍ରମୁଖ୍ କାଳିନ୍ଦୀ ଚରଣ ପଣ୍ଡା ,ସରସ୍ଵତୀ ଶିଶୁମନ୍ଦିର ସମ୍ପାଦକ ତୀର୍ଥ ବାସୀ ଘଡେଇ , ଅଭୟ ପାତ୍ର, ବିନୋଦ ନାୟକଙ୍କ ସମେତ ବାଲିଗୁଡା ,ତୁମୁଡିବନ୍ଧ, କୋଟଗଡ ଓ କ.ନୂଆଗାଁ ଅଞ୍ଚଳର ଗାୟତ୍ରୀ ପରିବାର ମା,ଭାଇ , ଭଉଣୀ, ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

You might also like
error: Content is protected !!