ରାୟଗଡରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ଆର,ଉଦୟଗିରି( ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ରାୟଗଡ଼ ଥାନାରେ କମଳା ଚୌଧୁରୀ ନୂତନ ଥାନା ଅଧିକାରୀ ଭାବେ ଯୋଗଦାନ କରିଛନ୍ତି । କିଛି ଦିନ ତଳେ ଜିଲ୍ଲା ପୋଲିସ ମୁଖ୍ୟାଳୟ ତରଫରୁ ଥାନା ଅଧିକାରୀ ମାନଙ୍କ ବଦଳି ଆଦେଶ ଜାରି ହୋଇଥିଲା । ସେହି ପ୍ରକାରେ ଶ୍ରୀମତୀ ଚୌଧୁରୀ ଙ୍କୁ ରାୟଗଡ ଥାନା କୁ ବଦଳି ହୋଇ ଥିଲା । ଏଥି ପୂର୍ବରୁ ସେ ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ କାର୍ଯ୍ୟ କରୁଥିଲେ। ଏଠି ଥିବା ଥାନା ଅଧିକାରୀ ରିନାରାଣୀ ସାହୁ ଙ୍କ ଠାରୁ ନୂତନ ଅଧିକାରୀ ଦାୟିତ୍ଵ ଗ୍ରହଣ କରିଛନ୍ତି। ଥାନା ଅଂଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ସହ ଲୋକଙ୍କୁ ସୁରକ୍ଷା ଦେବା ଆମର ଦାୟିତ୍ଵ ବୋଲି ନୂତନ ଅଧିକାରୀ ପ୍ରକାଶ କରିଛନ୍ତି। ରିନା ରାଣୀ ସାହୁ ଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟ କୁ ବଦଳି ଥିବା ଜଣାପଡିଛି।

You might also like
error: Content is protected !!