ବନ୍ୟା ଆଶ୍ରୟ ସ୍ଥଳ ସିଡ଼ି ତଳୁ ମୃତ ଶବ ଉଦ୍ଧାର
ନୟାଗଡ ( ପ୍ରଭାକର ଶିରୋମଣି ) ୧୩ l ୩ ଖଣ୍ଡପଡା ଥାନା ଅଧୀନରେ ଥିବା କଣ୍ଟିଲୋ ଫାଣ୍ଡି ଅନ୍ତର୍ଗତ ହାଟମୁଣ୍ଡ ପାଟଣା ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ. ବାହାର ସିଡ଼ି ତଳୁ ଏକ ଶବ କୁ କଣ୍ଟିଲୋ ଫାଣ୍ଡି ପକ୍ଷରୁ ଗୁରୁବାର ଉଦ୍ଧାର କରିଥିବା ଜଣା ପଡିଛି l ଖବର ରୁ ପ୍ରକାଶଯେ କଟକ ଜିଲ୍ଲା ନରସିଂହ ପୁର ଅନ୍ତର୍ଗତ କାନପୁର ଥାନା ବୋକଡା ଗ୍ରାମର କମ୍ବୁଧର ଆରୁଖ ଙ୍କ ପୁଅ ଦିଲ୍ଲୀପ ( ୪୫ ) ଗତ କାଲି ଏକ ସ୍କୁଟି ( ଓଡି – ୦୫- ବିପି ୬୭୮୧)ରେ କଣ୍ଟିଲୋ ଆସିଥିଲେ ବୋଲି ଶୁଣିବାକୁ ମିଳୁଛି କିନ୍ତୁ ସକାଳ ସମୟରେ ଦିଲୀପ କୁ ମୃତ ଅବସ୍ଥାରେ ଗ୍ରାମର ଦେଖିବା ପରେ ପରେୟ କଣ୍ଟିଲୋ ଫାଣ୍ଡି କୁ ଖବର ଦେଇଥିଲେ l ଫାଣ୍ଡି ଅଧିକାରୀ ସ୍ୱାଗତ କୁମାର ଘଟଣା ସ୍ଥଳକୁ ଆସି ଅନୁସନ୍ଧାନ କରୁଥିବା ସମୟ ରେ ପାଖରେ କଳା ରଙ୍ଗର ସ୍କୁଟି ରହିଥିବା ଦେଖିବାକୁ ପାଇଲେ l ଅନୁସନ୍ଧାନ ରୁ ଜାଣିବାକୁ ମିଳିଲା ଯେ ମୃତ ଯୁବକ ନରସିଂହ ପୁର ବିଦ୍ୟୁତ ବିଭାଗ ରେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ ଓ କୌଣସି କାରଣରୁ ବୁଧବାର କଣ୍ଟିଲୋ ଆସିଥିଲେ l ତାଙ୍କ ପରିଘଟଣା ବାରଙ୍କୁ ଖବର ଦେଲା ପରେ ପରିବାର ଲୋକେ ଆସି ପହଁଚି ଶବ ଚିହ୍ନଟ କରିଥିଲେ l ଖବର ପାଇ ଖଣ୍ଡପଡା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି କଣ୍ଟିଲୋ ଆସି ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ କରିଥିଲେ l କଣ୍ଟିଲୋ ଠାରେ ପହଂଚି ଅନୁସନ୍ଧାନ ଜାରୀ ରଖି ଶବ ବ୍ୟବଚ୍ଛେଦ ପାଇଁ ଖଣ୍ଡପଡା ମେଡିକାଲ କୁ ପଠାଇଥିବା ଜଣାଯାଇଛି l ମୃତ୍ୟୁର କାରଣ ଜଣା ପଡ଼ୁ ନଥିଲା ବେଳେ ଶବ ବ୍ୟବଚ୍ଛେଦ ପରେ ଶବକୁ ପରିବାର ଙ୍କୁ ହସ୍ତାନ୍ତର କରାଯାଇଥିବା ଫାଣ୍ଡି ଅଧିକାରୀ ଶ୍ରୀ ଦାସ ଙ୍କ ଠାରୁ ପ୍ରକାଶ l