କଣ୍ଟିଲୋ ସେବା ସମିତି ସମ୍ପାଦକ ନିଲମ୍ବିତ

 ନୟାଗଡ(ପ୍ରଭାକର ଶିରୋମଣି):-         କଣ୍ଟିଲୋ ନୟାଗଡ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଥିବା କଣ୍ଟିଲୋ ସେବା ସମବାୟ ସମିତି ରେ କାର୍ଯ୍ୟରତ ସମ୍ପାଦକ ବିଭୁ ପ୍ରସାଦ ସାହୁ ଙ୍କୁ ପରିଚାଳନା କମିଟି ସଭାପତି ମାଧବ ଚନ୍ଦ୍ର. ସାହୁ ଆଜି ୧୨ ତାରିଖ ଚିଠି ନଂ ୧୦ ଅନୁଯାୟୀ ନିଲମ୍ବିତ କରା ଯାଇଥିବା ଜଣା ଯାଇଛି ଓ ତୁରନ୍ତ ସମସ୍ତ ଦାୟିତ୍ୱ ସହକାରୀ ସମ୍ପାଦକ ବଦ୍ରି ନାରାୟଣ ମିଶ୍ର ଙ୍କୁ ହସ୍ତାନ୍ତର କରିବାକୁ ଉଲ୍ଲେଖ କରାଯାଇଛି l ସୂଚନା ଯୋଗ୍ୟ ଯେ,ନିଲମ୍ବିତ ହୋଇଥିବା ଶ୍ରୀ ସାହୁ ଙ୍କ ବିରୁଦ୍ଧରେ ଧାନ ମଣ୍ଡିରେ ଦୁର୍ନୀତି, ଅର୍ଥ ତୋଷରପାତ, ମନମୁଖୀ କାର୍ଯ୍ୟ କଳାପ, ସଭ୍ୟ ମାନଙ୍କୁ ଖର୍ଚ୍ଚ ର ହିସାବ ନଦେବା ସହିତ ସରକାରୀ ଚିଠି ଲୁଚାଇ ରଖିବା ଓ ସିସି ଟିଭି ଖର୍ଚ୍ଚର ହିସାବ ନ ଦେବା ଆଦି ଗୁରୁତର ଅଭିଯୋଗ କରି ସଭାପତି ଙ୍କ ସମେତ ୧୫ ଜଣ ସଭ୍ୟ ସଭ୍ୟା ନିଲମ୍ବନ ହୋଇଥିବା ସମ୍ପାଦକ ଙ୍କ ବିରୁଦ୍ଧରେ ଅଭିଯୋଗ କରି କଣ୍ଟିଲୋ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିଲେ l

You might also like
error: Content is protected !!