ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କୁ କେ .ଏମ୍. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା

ଆର,ଉଦୟଗିରି(ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ. ଏମ୍. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଏକ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି। ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଏବଂ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ଉପସ୍ଥିତ ରହିବା ସହିତ ଯୋଡାମ୍ୱ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଲ କରାଇଥିଲେ। ପ୍ରକାଶ ଥାଉ କି ଗଜପତି ଜିଲ୍ଲାରେ ଦୀର୍ଘ ୧୨ବର୍ଷ ଧରି ଜୁନିଅର ରେଡକ୍ରସ୍ ରେ ନିଷ୍ଠାପର ଭାବେ କାର୍ଯ୍ୟ କରି ଆସୁଥିବା ଜିରାଙ୍ଗ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ସଞ୍ଜୀବ କୁମାର ଦାସଙ୍କୁ ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କୁମ୍ଭମ୍ ପତି ପୁରସ୍କୃତ କରିଛନ୍ତି। ଏଣୁ ଆଜି କେ ଏମ ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇ ଶ୍ରୀଯୁକ୍ତ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ପୁଷ୍ପଗୁଚ୍ଛ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶିଅଳ ମହାଶୟ ନିଜ ହାତରେ ମିଠା ଖୁଆଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ବିଦ୍ୟାଳୟରେ ଥିବା ଜୁନିଅର ରେଡକ୍ରସ୍ ର ଛାତ୍ର ଛାତ୍ରୀ ମାନେ ଜେ ଆର୍ ସି ତାଳି ମାଧ୍ୟମରେ ସ୍ବାଗତ କରିଥିଲେ। ସ୍ଵାସ୍ଥ୍ୟ ସେବା ଓ ବନ୍ଧୁତା ମୋ ଜୀବନର ଶ୍ରେଷ୍ଠ ବ୍ରତ ଏବଂ ରେଡକ୍ରସ ପାଇଁ ମୁଁ ଉତ୍ସର୍ଗୀକୃତ ବୋଲି ଶ୍ରୀଯୁକ୍ତ ଦାସ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ। ଯାହାକି ଛାତ୍ର ଛାତ୍ରୀ ମାନଙ୍କୁ ରେଡକ୍ରସ୍ ପ୍ରତି ଅଧିକ ଆକର୍ଷିତ କରିଥିବା ଜଣାପଡ଼ିଛି।

You might also like
error: Content is protected !!