ବିଧାନସଭା ପ୍ରେସ୍‌ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ମନା

ଖୋର୍ଦ୍ଧା ଜିଲ୍ଲା,(ସଞ୍ଜୀବ କୁମାର):- ମଙ୍ଗଳବାର ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ନେତା ତାରା ବାହିନୀପତିଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ। ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଛନ୍ତି। ଏନେଇ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ସସ୍ପେଣ୍ଡ କରାଯାଇଛି। ଏନେଇ ମୁହଁ ଖୋଲିଛନ୍ତି ତାରା। ସେ କହିଛନ୍ତି, ରାତି ସାରା ପ୍ରତିବାଦ କରିବୁ । ଗାନ୍ଧି ମୂର୍ତ୍ତି ତଳେ ବସି ରାତି ସାରା ପ୍ରତିବାଦ କରିବୁ। ବିଧାନସଭାରେ ଅଶାନ୍ତ ପରିବେଶ ନେଇ ବାଚସ୍ପତିଙ୍କୁ ଜଣାଇଥିଲୁ ହେଲେ ଆମ କଥା ଶୁଣିଲେନି। ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ଜୟନାରାୟଣ ମୋର କଲର୍‌ ଧରିଲେ, ବାବୁ ସିଂ ଧକ୍କା ମାରିଲେ। ଏନେଇ ଲେଖିକି ଜଣାଇଲୁ ହେଲେ ବାଚସ୍ପତି ଶୁଣିଲେନି। ମୁଁ ସରକାରଙ୍କ ବିରୋଧରେ କହୁଛି ବୋଲି ସେମାନେ ଡରୁଛନ୍ତି। ଗୃହରେ କାଲିର ଘଟଣା ପରେ ସାମ୍ବାଦିକଙ୍କୁ ମୋବାଇଲ୍ ବାରଣ କରାଯାଇଛି ।ତେବେ ତାରାଙ୍କ ପାଇଁ ବାହାରିଛି ବିଜେଡି। ବିଜେଡି ବିଧାୟକ ଅରୁଣ ସାହୁ ଏହାକୁ ନିନ୍ଦା କରିବା ସହ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି। ସେ କହିଛନ୍ତି, ବିରୋଧୀଙ୍କୁ ବାଚସ୍ପତି କହିବାକୁ ସୁଯୋଗ ଦେଉ ନାହାନ୍ତି।

You might also like
error: Content is protected !!