ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଉପର ମୁହାଁ ହୋଇଛି ପାରଦ , ସତର୍କ ସୂଚନା ଜାରି କଲା ପାଣିପାଗ

ଖୋର୍ଦ୍ଧା ଜିଲ୍ଲା,(ସଞ୍ଜୀବ କୁମାର):-

ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଉପର ମୁହାଁ ହୋଇଛି ପାରଦ । ମାର୍ଚ୍ଚ ମାସ ଯେତିକି ବଢ଼ୁଛି, ରାଜ୍ୟରେ ଖରାର ପ୍ରକୋପ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାତି ଛୁଇଁଛି ୩୯ ଡିଗ୍ରୀ । ଝାରସୁଗୁଡାରେ ମାର୍ଚ୍ଚ ୪ ତାରିଖରେ ସର୍ବାଧିକ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ସେହିଭଳି ଅନ୍ୟ ସହରରେ ବି ତାପମାତ୍ରା ଉପରମୁହାଁ ହୋଇଛି ।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ବି ପ୍ରବଳ ଗ୍ରୀଷ୍ଣ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ହେବ। ଅଧା ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ପାର କରିବା ସମ୍ଭାବନା ରହିଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ସାଢ଼େ ୩ଟା ଭିତରେ ଯେତେଦୂର ସମ୍ଭବ ଘରୁ ପଦାକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ପରିସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଏଥିସହ ଆସନ୍ତା ୪ ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିବ ତାତି।

You might also like
error: Content is protected !!