ସ୍ପନ୍ଦନ ଫାଉଣ୍ଡେସନ ତରଫରୁ ମହିଳା ମାନଙ୍କୁ ସମ୍ମାନ ପ୍ରଦାନ
ବ୍ରହ୍ମପୁର,(ବିଚିତ୍ର ସାହୁ):- ବିଶ୍ଵ ମହିଳା ଦିବସ ଅବସରରେ ସ୍ପନ୍ଦନ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ମାଇଁ ସ୍କୁଲ ଇଟାଲୀ ପରିସରରେ ବ୍ରହ୍ମପୁରର ସମସ୍ତ ଜଣାଶୁଣା ମହିଳା ସମାଜସେବୀ ମାନଙ୍କୁ ନେଇ ଏକ ଆଲୋଚନା ସଭା ସହ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ଜୟନ୍ତୀ ମହାପାତ୍ର, ଉଷାରାଣୀ ପାଢ଼ୀ, ସଂଯୁକ୍ତା ପଣ୍ଡା ଏବଂ ଝରଣା ରଥ ପ୍ରମୁଖ ଯୋଗ ଦେଇଥିଲେ।ମହିଳା ଦିବସ ଲାଗି ସସ୍ମିତା ସାହୁ, ପୁଷ୍ପାଞ୍ଜଳି ମହାପାତ୍ର, ଡକ୍ଟର ସୌଭାଗ୍ୟଲକ୍ଷ୍ମୀ ପ୍ରିୟଦର୍ଶିନୀ, ସୀମା ଚୌଧୁରୀ, କେ. ଏନ୍ ରାନୀ, ଦୀପ୍ତି ପ୍ରିୟା ରଥ, ତୃପ୍ତି ରାଉତ,ମୀନା ଦାସ, ଗାୟତ୍ରୀ ପଣ୍ଡା, ସଂଯୁକ୍ତା ସାସମଲ, କିରଣ ରଥ, ମନୀତା ଦାଶ, ମିନତି ପାତ୍ର, ନିବେଦିତା ପାଢ଼ୀ, ଶଶି ମୋରେ, ଗୀତାଞ୍ଜଳି ସାହୁ, ଶୁଭଶ୍ରୀ ଦାସ, ଡକ୍ଟର ସନ୍ଧ୍ୟା ରାଣୀ ପାଣିଗ୍ରାହୀ, ଡକ୍ଟର ସ୍ଵାତୀ ଦାସ, ମନସ୍ଵିନୀ ପାତ୍ର, ମାମା ପଣ୍ଡା, ସନ୍ଧ୍ୟା ସାହୁ ଙ୍କୁ ସମ୍ମାନିତ କରାଯାଇଥିଲା । ଏଠାରେ ମହିଳାମାନେ ସେମାନଙ୍କ ପ୍ରତିଦିନ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ସେମାନଙ୍କର ମତାମତ କହି ଥିଲେ | ଜୀବନ ଏବଂ ସମାଜରେ ମହିଳାମାନଙ୍କ ଉନ୍ନତି ପାଇଁ କ’ଣ ଆହୁରି ଭଲ କରାଯାଇପାରିବ ସେ ବିଷୟରେ ନିଜ ନିଜର ମନ୍ତବ୍ୟ ପ୍ରକାଶ କରି ଥିଲେ । ସ୍ପନ୍ଦନର ଅନ୍ୟ ସଦସ୍ୟମାନେ ମଧ୍ୟ ସମାଜ ପାଇଁ ଆମେ କ’ଣ ଭଲ କରିପାରିବା ଏବଂ ଦୈନନ୍ଦିନ ଯାତ୍ରାରେ ମହିଳାମାନଙ୍କ ସମ୍ମୁଖରେ ଥିବା ପ୍ରତିବନ୍ଧକକୁ କିପରି ଦୂର କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ପନ୍ଦନର ଅନ୍ୟ ସଦସ୍ୟ ସଭାପତି ଦିଲ୍ଲୀପ ମହାପାତ୍ର, ସୌରଭ ରଥ, ଅନ୍ତର୍ଜ୍ୟାମୀ ପାତ୍ର, ମନୋଜ ସାହୁ, ପ୍ରଶାନ୍ତ ସାହୁ, ବାଳକୃଷ୍ଣ ସାମନ୍ତରାୟ ପରିଚାଳନା କରିଥିଲେ।