ଇସି ସଦସ୍ୟଙ୍କ ଦାବିପତ୍ର ପ୍ରଦାନ
କୁକୁଡାଖଣ୍ଡି,(ଇ, ରଞ୍ଜନ):- କୁକୁଡାଖଣ୍ଡି ବ୍ଲକ ରେ ଓଡିଶା ଜିବିକା ମିଶନ ଅଧୀନରେ ଥିବା ଇସି ସଦସ୍ୟା ମାନେ ମୁଖମନ୍ତ୍ରୀ ଙ୍କ ଉଧେଶ୍ୟ ରେ କୁକୁଡାଖଣ୍ଡି ବିଡ଼ିଓ, ସିଡିପିଓ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ରୟୀ ସ୍କିମ ଏନ ଆର ଏଲ ଏମ ଅନ୍ତର୍ଗତ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ଅଧିନରେ କାର୍ଯ୍ୟରତ ଇ.ସି. ସଦସ୍ୟଙ୍କ ରିଷ୍ଟ୍ରକ୍ଚରିଙ୍ଗ ବନ୍ଦ କରାଯାଉ,ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିରେ କାର୍ଯ୍ୟରତ ଇ.ସି. ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ ଓ ବକେୟା ଭତ୍ତା ପ୍ରଦାନ କରାଯିବା,କାର୍ଯ୍ୟରତ କମ୍ୟୁନିଟ ସପୋର୍ଟ ଷ୍ଟାଫ୍ଙ୍କ ୫ ବର୍ଷିଆ ଚୁକ୍ତି ବାତିଲ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ ଓ ମିଶନ ଶକ୍ତି ବିଭାଗ ରାଜ୍ୟର ସମସ୍ତ ମହିଳାଙ୍କ ଜୀବିକା ଅର୍ଜନର ରାହାକୁ ସୁନିଶ୍ଚିତ କରାଯାଉ,ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କୁ ମାସିକ ଏକ ହଜାର ଟଙ୍କା ହାରରେ ମହିଳା ସଶକ୍ତିକରଣ ଭତ୍ତା ନିୟମିତ ପ୍ରଦାନ ବ୍ୟବସ୍ଥା କରାଯାଉ । କାର୍ଯ୍ୟକ୍ରମ ରେ ବିଏଲଏଫ ବ୍ଲକ ସଭାପତି ସାଗରିକ ବେହେରା, ଡିଏଲଏଫ ସମ୍ପାଦକ ଶୈଳବାଳା ରଥ, ଅଳକା ଦଳାଇ, ଜି ଦ୍ରୌପଦୀ, ସଂଯୁକ୍ତା ମହନ୍ତି ଙ୍କ ସହ 300ସଦସ୍ୟା ଉପସ୍ଥିତ ଥିଲେ।