ସାମୁହିକ ବ୍ରତୋପନୟନ ଅନୁଷ୍ଠିତ
ନପୟାଗଡ଼,(ପ୍ରଭାକର ଶିରୋମଣି):- ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ପୀଠରେ ଅବସ୍ଥିତ ପଞ୍ଚ ମୁଖି ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆଜି ସୋମବାର ଶୁଭ ଅବସରରେ ୧୮ ଜଣ ବ୍ରାହ୍ମଣ ପିଲାଙ୍କର ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l କୌଣସି କାରଣରୁ ଯଂଜ୍ଞଊପଵୀତ ଗ୍ରହଣ କରି ପାରୁ ନାହାନ୍ତି, ସେମାନଙ୍କୁ ଉତ୍ସାହିତ କରି ସେମାନଙ୍କଠାରୁ କୌଣସି ଶୁଳ୍କ ଆଦାୟ ନକରି ବ୍ରତୋପନୋୟନ କମିଟି ପକ୍ଷରୁ ଗତ ୨୫ ବର୍ଷ ହେଲା କଣ୍ଟିଲୋ ହାଟ ମୁଣ୍ଡ ପାଟଣାସ୍ଥିତ ଗୋପାଳ ଚନ୍ଦ୍ର ଅଗ୍ରୱାଲଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପ୍ରତି ଵର୍ଷ ଚାଲୁ ରହିଛି , ସୂଚନା ଯୋଗ୍ୟ, ପୁରୋଧା ରଜନୀକାନ୍ତ ମିଶ୍ର ଓ ସହଯୋଗୀ ଲୁନା ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ସୌମ୍ୟ ରଞ୍ଜନ ମହାପାତ୍ର , ବୋଲଗଡ଼, ବିଷ୍ଣୁ ପ୍ରସାଦ ପଣ୍ଡା, ସୋମ କଟା, ରାଜେଶ ଦାଶ, ରୁଗୁଡ଼ି ପାଲି, ମଣ୍ଟୁ ଦାଶ, ରୁଗୁଡ଼ି ପାଲି, ଚିକୁନୁ ଦାଶ, ମିର୍ଜା ପୁର, ସତ୍ୟ ସଂଗ୍ରାମ ପାଣିଗ୍ରାହୀ ରୁଗୁଡ଼ିପାଲି,ସରୋଜ ଦାଶ ରୁଗୁଡ଼ି ପାଲି, ଆଶୁତୋଷ ଦାଶ ରୁଗୁଡ଼ି ପାଲି, ପ୍ରିୟବ୍ରତ ଦାଶ ରୁଗୁଡ଼ି ପାଲି, ଓମ ଦାଶ , ବଟକୃଷ୍ଣ ଦାଶ, ସୁବଳୟା, ଶଶୀ ଭୂଷଣ ମହାପାତ୍ର, ଲାଠି ପଡା, ରମାକାନ୍ତ ମହାପାତ୍ର ଲାଠି ପଡା, ବିକ୍ରମ ପାଢୀ ହରିଶରଣ ପୁର, ଆଦିତ୍ୟ ପାଢୀ ହରିଶରଣ ପୁର,ଶୁଭମ ଶତପଥୀ ହରିଶରଣ ପୁର, ଚନ୍ଦନ କୁମାର ନାୟକ, ବାଲିକୁଦିଆ, ଓ ସିଦ୍ଧାନ୍ତ ଦାଶ କୋରଡ଼ା ଙ୍କୁ ହିନ୍ଦୁ ଶାସ୍ତ୍ର ମତେ ବୈଦିକ ବ୍ରାହ୍ମଣ ଭାବେ ରୂପେ ପରିଗଣିତ କରା ଯାଇଥିବାରୁ ଅଞ୍ଚଳ ବାସୀ ସେମାନଙ୍କୁ ଶୋଭଯାତ୍ରାରେ ନୀଳମାଧଵ ମନ୍ଦିର ସିଂହଦ୍ୱାର କୁ ଋଷିଆଣୀରେ ନେଇଥିଲେ l ଏହି କାର୍ଯ୍ୟକ୍ରମ କୁ ଗୋପାଳ ଚନ୍ଦ୍ର ଅଗ୍ରୱାଲ, ଭଗବାନ ଦାସ ଅଗ୍ରୱାଲ (ପିନିକି ), ଲକ୍ଷ୍ମୀଧର ଚିନରା ଓ ହେମନ୍ତ କୁମାର ସେଠି ପ୍ରମୁଖ ସାଥି ମାନେ ପରିଚାଳନା କରିଥିଲେ l