ସୁଭଦ୍ରା ଦ୍ୱିତୀୟ କିସ୍ତିର ଶୁଭାରମ୍ଭ

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ):- ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଶୁଭାରମ୍ଭ ହୋଇଛି । ସ୍ଥାନୀୟ ବିବେକ ବିହାର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଶୁଭାରମ୍ଭ ହୋଇଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ପ୍ରାୟ ଏକ କୋଟି ହିତାଧିକାରୀଙ୍କୁ ପାଖାପାଖି ପାଞ୍ଚ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏଥିରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା,ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମତ୍ସ୍ୟ, ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ, ଆସ୍କା ସାଂସଦ ଅନୀତା ଶୁଭଦର୍ଶିନୀଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ଥିଲେ । ଗତ ସରକାର ୨୪ବର୍ଷ ଭିତରେ ମହିଳା ମାନଙ୍କୁ କେବଳ ସ୍ଳୋଗାନ ଭିତରେ ରଖି ଦେଉଥିଲେ । ଡବଲ୍ ଇଞ୍ଜିନ ସରକାର ୨୪ମିନଟ ଭିତରେ ଐତିହାସିକ ସୁଭଦ୍ରା ଯୋଜନା ଆରମ୍ଭ କରିପାରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ । ଆଗକୁ ମହିଳାମାନେ ଲକ୍ଷପତି ଦିଦି ହେବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି ।ମୁଖ୍ୟମନ୍ତ୍ରୀ କଥା ଦେଇ କଥା ରଖିଲେ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିବାବେଳେ ବହୁ ମହିଳାଙ୍କ ଗହଳ ଚହଳ ଦେଖାଯାଇଥିଲା ।

You might also like
error: Content is protected !!