ଯୋଗିଆପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଯୋଗିଆପଲ୍ଲୀ, (ବିଚିତ୍ର ସାହୁ) : ବ୍ରହ୍ମପୁର ଉପକଣ୍ଠସ୍ଥ ଯୋଗିଆପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୭୪ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସୁଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି । ଏଥିରେ ସମ୍ମାନିତ ଅତିଥି ଭାବେ ଗୁରୁଣ୍ଠି ଗ୍ରାମ ପଞ୍ଚାୟତ ସରପଞ୍ଚ ବି ମାଗତା ପାତ୍ର ଓ ସମିତି ସଭ୍ୟା କେ ରାଜଲକ୍ଷ୍ମୀ ଦାସ, ମୁଖ୍ୟ ବକ୍ତା ଶିକ୍ଷାବିତ କେ କ୍ରିଷ୍ଣା ମୂର୍ତ୍ତୀ, ଅତିଥି ଭାବେ ଗୁରୁଣ୍ଠି ସି ଆର ସି ସି ଚିତ୍ରସେନ ଦାସ, ପ୍ରକୃତି ବନ୍ଧୁ ବନମାଳୀ ପ୍ରଧାନ, ଶିକ୍ଷକ ସଂଘ ସଭପତି ସାରଥୀ ପାତ୍ର, ଶିକ୍ଷକ ରାଜକିଶୋର ମିଶ୍ର, ଗଦାଧର ସେଠୀ, ଚନ୍ଦ୍ରଭାନୁ ନାୟକ, ଶିକ୍ଷୟତ୍ରୀ ଏ ପୁଷ୍ପଲତା, ରଶ୍ମିତା ପାତ୍ର ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ବିଦ୍ୟାଳୟର “ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ” ପ୍ରକୋଷ୍ଟକୁ ଉଦଘାଟନ କରିଥିଲେ ।ବିଦ୍ୟାଳୟର ତୃତୀୟ ବାର୍ଷିକ ସଂସ୍କରଣ ମୁଖପାତ୍ର “ସଂକଳ୍ପ” ଉନ୍ମୋଚିତ ହୋଇଥିଲା ।

ଯୋଗିଆପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଚାତ୍ର ଛାତ୍ରୀ ମାନକୁ ପୁରସ୍କୃତ କରାଯାଇଥିଲା ପ୍ରକୃତିବନ୍ଧୁ ଶ୍ରୀ ପ୍ରଧାନ ଅତିଥିମାନଙ୍କୁ ଚାର ଗଛ ଉପହାର ଦେଇ ଗଛର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ । ଶେଷରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ରାଉତ ପରିଚାଳନା କରିଥିବା ବେଳେ ପରିଚାଳନା କମିଟି ସଭ୍ୟା ସଭ୍ୟ ସହ ସମସ୍ତ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

You might also like
error: Content is protected !!