ବୁଥ ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ ଓ ସାଙ୍ଗଠନିକ ବୈଠକ

ବୁଗୁଡ଼ା, (ସୋରେନ କୁମାର ପ୍ରଧାନ):- ବୁଗୁଡ଼ା ସଙ୍ଗମ କଲ୍ୟାଣ ମଣ୍ଡପ ଠାରେ ବିଜେପି ପକ୍ଷରୁ ୦୫ ତାରିଖ ଦିନ ବୁଥ୍ ସ୍ତରୀୟ କର୍ମକର୍ତ୍ତାଙ୍କୁ ନେଇ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମଙ୍କୁ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ବୈଠକର ଶୁଭାରମ୍ଭ କରିଥିଲେ। ସର୍ବସମ୍ମତି କ୍ରମେ ବୁଗୁଡ଼ା ନଗର ସଭାପତି ଭାବେ ପୁର୍ଣ୍ଣରବାର କେଦାର ନାଥ ମହାରଣାଙ୍କୁ ଚୟନ କରାଯାଇଥିବା ବେଳେ ୪୧ ନମ୍ବର ଜୋନ୍ ମଣ୍ଡଳ ସଭାପତି ଭଗବାନ ଜେନା ଏବଂ ୪୨ ନମ୍ବର ଜୋନ୍ ମଣ୍ଡଳ ସଭାପତି କାର୍ତ୍ତିକ ମଙ୍ଗଳଙ୍କୁ ମଧ୍ୟ ପୂର୍ଣ୍ଣବାର ଚୟନ କରାଯାଇଥିବା ବେଳେ ୪୩ ନମ୍ବର ଜୋନ୍ ନୂତନ ମଣ୍ଡଳ ସଭାପତି ଭାବେ ସୁନୀଲ କୁମାର ପ୍ରଧାନଙ୍କୁ ଚୟନ କରାଯାଇଥିଲା ।

ବୁଥ ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ ଓ ସାଙ୍ଗଠନିକ ବୈଠକ

ସେହି ପରି ଭାବେ କୃଷକ ସଂଗଠନ ଆତ୍ମାର ଦାୟିତ୍ୱ ତୁଲାଇବା ପାଇଁ ସନ୍ତୋଷ କୁମାର ସାହୁଙ୍କୁ ଆତ୍ମାର ଚେୟାର ମେନ ଭାବେ ଚୟନ କରାଯାଇଥିଲା। ସମସ୍ତ ନୂତନ କର୍ମକର୍ତ୍ତାଙ୍କୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଓ ଅତିଥି ମାନଙ୍କ ଦ୍ୱାରା ଉପଢ଼ୌକନ ଦେଇ ସମ୍ମାନୀତ କରିଥିଲେ। ଉକ୍ତ ବୈଠକରେ ଦଳକୁ କିଭଳି ଭାବେ ସୃଦୃଢ଼ କରାଯିବ ତାହାକୁ ନେଇ ମିଳିତ ଭାବେ ଆଲୋଚନା କରାଯାଇଥିଲା। ଏହା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇ ତାହାର ଫାଇଦା ନେବାପାଇଁ ଉପସ୍ଥିତ କର୍ମକର୍ତ୍ତା ମାନଙ୍କୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ନିର୍ଦ୍ଦେଶ ଦେଇଥିଲେ।ବ୍ଳକ ଅଧ୍ୟକ୍ଷା ଙ୍କ ପ୍ରତିନିଧି କେ ନିଳମାଧବ ଆଚାରୀ,ଉପାଧ୍ୟକ୍ଷ ମାନଷ ପ୍ରଧାନ,ବ୍ଳକ କୃଷକ ମୋର୍ଚ୍ଚା ସଭାପତି ହରିହର ସାହୁ, ଆଇନଜୀବୀ ହରପ୍ରସାଦ ଦାସ, ବିଧାୟକ ପ୍ରତିନିଧି ଯଜ୍ଞ ନାରାୟଣ ପାତ୍ର,ବୀର ବିକ୍ରମାଦିତ୍ୟ ଆରୁଖ, ମଦନ ଗୋପାଳ ଦୋରା, ବସନ୍ତ ଦଳେଇ, ବବୁଲ ନାୟକ, ଗଙ୍ଗାଧର ବିଷୋୟୀ, କୃଷ୍ଣ ଚନ୍ଦ୍ର ମହାପାତ୍ର, ରବିନ୍ଦ୍ର କୁମାର ପରିଡ଼ା ବୈଠକରେ ଉପସ୍ଥିତ ରହି ସଙ୍ଗଠନକୁ ମଜବୁତ କରିବାପାଇଁ ମତପ୍ରକାଶ କରିଥିଲେ। ବୁଗୁଡ଼ା ବ୍ଲକ ଓ ଏନ୍ ଏ ସି ର ବୁଥ ସଭାପତି, ପଞ୍ଚାୟତ ଓ ଏନ୍ ଏ ସି ର ସମସ୍ତ କର୍ମକର୍ତ୍ତା ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

You might also like
error: Content is protected !!