ଚନ୍ଦ୍ରପୁର ସୁଭଦ୍ରା ସଚେତନ ପଦଯାତ୍ରା ଅନୁଷ୍ଠିତ

ଚନ୍ଦ୍ରପୁର, (କୈଳାସ ମାଳବିଶୋଇ):- ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ଆଠ ଗୋଟି ପଞ୍ଚାୟତ ଠାରେ ଚନ୍ଦ୍ରପୁର ସମ୍ନାନ୍ୱିତ ଶିଶୁ ବିକାଶ କେନ୍ଦ୍ର ସିଡିପିଓ ଶ୍ରୀମତୀ ଗୀତାରାଣୀ ସାହୁଙ୍କ ଅଧ୍ୟକ୍ଷତାରେ ସୁଭଦ୍ରା ସଚେତନ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଉକ୍ତ ପଦଯାତ୍ରା କାର୍ଯ୍ୟକ୍ରମରେ ଟୁରୀଗୁଡା ପଞ୍ଚାୟତ ଠାରେ ସିଡିପିଓ ଶ୍ରୀମତୀ ଗୀତାରାଣୀ ସାହୁ, ପିସ୍କାପାଙ୍ଗା ପଞ୍ଚାୟତ, ଶ୍ରୀ କାର୍ତ୍ତିକ ବିଏସ୍କା, ଡାଙ୍ଗସୋରଡ଼ା ପଞ୍ଚାୟତ ଶ୍ରୀମତୀ ପ୍ରମିଳା ପାଣି, ହନମନ୍ତପୁର ପଞ୍ଚାୟତ, ଉମାକାନ୍ତ ଦାସ, ବୁଡୁବାଲି ପଞ୍ଚାୟତ ଦୀପକ କୁମାର ଦଣ୍ଡସେନା, ସାର୍କୀମା ପଞ୍ଚାୟତ ବଳରାମ ଭୂୟାଁନ, ଚନ୍ଦ୍ରପୁର ପଞ୍ଚାୟତ ଠାରେ ରୁଚିସ୍ମିତା ରାଜୁ ଓ ବିଜାପୁର ପଞ୍ଚାୟତ ଠାରେ ଅରୁଣା ମହାନନ୍ଦିୟା ଯୋଗଦାନ କରି ମହିଳା ମାନଙ୍କୁ ନେଇ ସୁଭଦ୍ରା ସଚେତନ ପଦଯାତ୍ରା ରେ ବାହାରିଥିଲେ ଏବଂ ସୁଭଦ୍ରା ଯୋଜନା ଆଣିଲା ଯେବେ ମା ସ୍ୱାବଲମ୍ବୀ ହେଲେଜେ ତେବେ, ଘରେ ଘରେ ପ୍ରଜ୍ବଳନ କରଦ୍ୱୀପ ସୁଭଦ୍ରା ଆଣିଛି ଏକ ନୂତନ ଆଲୋକ, ଚାରିଆଡେ ଶୁଭେ ସୁଭଦ୍ରାର ଜୟ ମା ମାଉସୀଙ୍କ ନୁଆଁ ପରିଚୟ, ଓଡିଶାର ମା ମାଉସୀ ଏକ ହୁଅ ସୁଭଦ୍ରା ଯୋଜନାରେ ଲାଭ ଉଠାଅ, ଓଡିଶାର ନାରୀ ଯିବେ ଆଗେଇ ସୁଭଦ୍ରା ଯୋଜନା ନେଉଛି ବାଟ କଡାଇ, ସବୁ ମା ମୁଖେ ହସ ଫୁଟିଲା ସୁଭଦ୍ରା ଯୋଜନା ଯେବେ ଆସିଲା । ନାରା ଦେଇ ଆଠ ଗୋଟି ପଞ୍ଚାୟତ ଠାରୁ ବାହାରି ସହର ଓ ଗ୍ରାମାଞ୍ଚଳ ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ ଓ ମହିଳା ମାନେ ଯୋଗ ଦେଇ ଥିଲେ।

You might also like
error: Content is protected !!