ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଆସିବେ

ବ୍ରହ୍ମପୁର, (ରାଜେନ୍ଦ୍ର ସାହୁ):- ଆଗାମୀ ମାର୍ଚ୍ଚ ୮ ତାରିଖରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅନୁଷ୍ଟିତ ହେବ । ଏହି ଅବସରରେ ସ୍ଥାନୀୟ ଆମ୍ବପୁଆ ସ୍ଥିତ ବିବେକ ବିହାର ଠାରେ ଏକ ସାଧାରଣ ସଭାର ଆୟୋଜନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ଯୋଗ ଦେବେ । “ସୁଭଦ୍ରା ଯୋଜନା” ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତି ଅର୍ଥ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା,କନକ ବର୍ଦ୍ଧନ ସିଂ ଦେଓ ଙ୍କ ସମେତ ବରିଷ୍ଠ ମନ୍ତ୍ରୀ ଏବଂ ଜିଲ୍ଲାର ବିଧାୟକ ଉପସ୍ଥିତ ରହିବେ । ମହିଳାଙ୍କ ସମାବେଶ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତଙ୍କ ସମେତ ବହୁ ବିଜେପି ନେତା ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ । ଏଥି ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।

You might also like
error: Content is protected !!