ନୀଳମାଧଵ ମନ୍ଦିର ପାହାଡ ପାଇଁ ଡ୍ରେନେଜ ବ୍ୟବସ୍ଥା ହେଉ

ନୟାଗଡ,(ପ୍ରଭାକର ଶିରୋମଣି):-ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ପଞ୍ଚାୟତ ରେ ଥିବା ପୁରାତନ ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ବେଳେ ଏହାର ପୁନରୁଦ୍ଧାର କରିବାକୁ ପର୍ଯ୍ୟାପ୍ତ ପରିମାଣ ର  ଅର୍ଥର ଆବଶ୍ୟକତା ରହିଛି l ଏହି ପରିପ୍ରେକ୍ଷୀରେ କଣ୍ଟିଲୋ ଥିବା ନୀଳମାଧଵ ମନ୍ଦିରେ ପାହାଡ଼ର ବର୍ଷା ପାଣି ତଳକୁ ବୋହିଯାଇ ସ୍ଥାନେ ସ୍ଥାନେ ଜଳାଶୟ ସୃଷ୍ଟି ହୋଇଥାଏ ଫଳରେ ଯାତ୍ରୀ ମାନେ ମନ୍ଦିରକୁ ଯିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି l ବର୍ଷା ଜଳ ନିଷ୍କାସନ ପାଇଁ  ଏ ପର୍ଯ୍ୟନ୍ତ ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ମନ୍ଦିର ପାଦଦେଶରେ ଥିବା ହାଟମୁଣ୍ଡ ପାଟଣା, ମଝି ସାହି ପାଟଣା, ସେବକ ସାହି ପାଟଣା, ଛାମୁ ପାଟଣା ଓ ଫକୀର ଅତବୁଦ୍ଧି ପାଟଣା ର ଅଧିବାସୀ ମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି l          ଏହାକୁ ଆଖି ଆଗରେ ରଖି କଣ୍ଟିଲୋ ଜନକଲ୍ୟାଣ କ୍ଲବ ପକ୍ଷରୁ ଏକ ଦରଖାସ୍ତ ରାଜ୍ୟ ସରକାରଙ୍କ ଡ୍ରେନେଜ ବିଭାଗ କୁ ଦିଆ ଯାଇଥିଲା ଓ ଏ ସମ୍ବନ୍ଧରେ ଖୋର୍ଦ୍ଧା ଡିଭିଜନ ସହକାରୀ ଯନ୍ତ୍ରୀ ଇଂ ବଂଶୀଧର ବେହେରା ଓ ନୟାଗଡ ସବ ଡିଭିଜନ ସହକାରୀ ଯନ୍ତ୍ରୀ ଇଂ ରବୀନ୍ଦ୍ର କୁମାର ବାରିକ ଆଜି ମଙ୍ଗଳ ବାର କଣ୍ଟିଲୋ ଗସ୍ତରେ ଆସି ମନ୍ଦିର ପାର୍ଶ୍ୱ ବର୍ତ୍ତୀ ଅଞ୍ଚଳ ପରିଦର୍ଶନ କରି ଫେରି ଯାଇଛନ୍ତି l ଯଦିଓ କଣ୍ଟିଲୋ ଅଞ୍ଚଳ ରେ ଥିବା ଛୋଟ ଛୋଟ ଡ୍ରେନେଜ ବ୍ୟବସ୍ଥା ତାଙ୍କ ଅଧୀନରେ ନଥିଲା ବେଳେ ମନ୍ଦିର ସୁରକ୍ଷା ଦିଗରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ପାରିବ ଏଥିପାଇଁ ଉପରିସ୍ଥ ଅଧିକାରୀ ଙ୍କ ସହିତ ପରାମର୍ଶ କରିବେ ବୋଲି ଯନ୍ତ୍ରୀ ମାନେ ସୂଚନା ଦେଇଥିଲେ l ପ୍ରାଚୀନ କୀର୍ତ୍ତି ଗୁଡିକର ସୁରକ୍ଷା ନିମନ୍ତେ କେନ୍ଦ୍ର ସରକାରଙ୍କ ର ନିୟମ ରହି ଥିଲା ବେଳେ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଏ ବିଷୟରେ ଡ୍ରେନେଜ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କୁ ସାକ୍ଷାତ କରି ଏକ ଦରଖାସ୍ତ ଦେବାକୁ ସୂଚନା ଦେଇଥିଲେ l              

You might also like
error: Content is protected !!