ଶ୍ରମ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଚାଇଲ୍ଡ ହେଲ୍ପ ଲାଇନ ଓ ପୋଲିସର ମିଳିତ ଚଢାଉ ବେଳେ ହୋଟେଲରୁ ଉଦ୍ଧାର ହେଲେ ଦୁଇ ଜଣ ଶିଶୁଶ୍ରମିକ
ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲାପାଳ ଜିଲ୍ଲାରୁ ସମ୍ପୂର୍ଣ୍ଣ ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବା ପାଇଁ ଅନେକ ପଦକ୍ଷେପ ହାତକୁ ନେଇଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଏକ ଟିମ ଶିଶୁ ମ।ନଙ୍କୁ ବିପଦ ସଙ୍କୁଳ ଅବସ୍ଥାରୁ ଉଦ୍ଧାର କରି ଥଇଥାନ କରିବା ନିମନ୍ତେ ପଦକ୍ଷେପ ନେଇଥିଲେ । ମିଳିତ ଟିମ ଗତ 28-2-2025 ଠାରୁ 02-03-2025 ପର୍ଯନ୍ତ ଦୁଇଦିନ ଧରି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ସ୍ଥାନକୁ ଗସ୍ତ କରି ଯଥା ହୋଟେଲ, ଗ୍ୟାରେଜେ, ତେଜରାତି ଦୋକାନ, ଜଳଖିଆ ଦୋକାନ, ସପିଂ ମଲ, ର।ସ୍ତା କଡରେ ବିକୁଥିବା ଠେଲାଗାଡି ଦୋକାନ ମ।ନକୁ ଅତର୍କିତ ଚଢାଉ କରି ଦୁଇଜଣ ନାବାଳକ ଶିଶୁଙ୍କୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ନିକଟଟରେ ଉପସ୍ଥାପନ କରିଥିଲେ । ଶିଶୁ କଲ୍ୟାଣ ସମିତି ଶିଶୁଙ୍କ ବୟାନ ଗ୍ରହଣ କରିବା ପରେ ଶିଶୁଙ୍କ ତଥ୍ୟ ସଂଗ୍ରହ କରି ଜଣେ ଶିଶୁଙ୍କୁ ତାଙ୍କ ପିତା ମାତାଙ୍କୁ ହସ୍ତାନ୍ତର କରିଥିବା ବେଳେ ଉକ୍ତ ଶିଶୁର ଶିକ୍ଷା ନିମନ୍ତେ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଛି ଓ ଅନ୍ୟ ଏକ ଶିଶୁଙ୍କୁ ପାରଳାଖେମୁଣ୍ଡି ର ଶିଶୁ ଯତ୍ନ ଅନୁଷ୍ଠାନ ଉତ୍କଳ ବାଳାଶ୍ରମରେ ଥଇଥାନ କରାଯାଇଛି । ତାଙ୍କର ରହିବା ଖାଇବା ଓ ପାଠପଢା ଦାୟିତ୍ୱ ଜିଲ୍ଲା ପ୍ରଶାସନ ହାତକୁ ନେଇଛନ୍ତି ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତି, ଗଜପତିଙ୍କ ତରଫରୁ ଶିଶୁ ଶ୍ରମିକ ନିୟୋଜନ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ।