ପାରଦ ଉପର ମୁହାଁ

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ରାଜ୍ୟରେ ପାରଦ କ୍ରମାଗତ ଭାବେ ଉପରମୁହାଁ ହେବାରେ ଲାଗିଛି। ସୋମବାର ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁରର ତାପମାତ୍ରା ୩୭ ଡିଗ୍ରୀରେ ପହଞ୍ଚିଛି । ଅନ୍ୟପକ୍ଷେ ଝାରସୁଗୁଡ଼ାରେ ୩୬.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ବରରେ ତାପମାତ୍ରା ୩୫ ଡିଗ୍ରୀରେ ପହଞ୍ଚିଛି। ଅନ୍ୟପକ୍ଷେ ରବିବାର ଅପରାହ୍ନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୫.୬ ଡିଗ୍ରୀ ରେକର୍ଡ କରାଯାଇଥିଲା ମାର୍ଚ୍ଚ ଆରମ୍ଭରୁ ତାତି ବଢିବା ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ବଲାଙ୍ଗୀର ଜିଲା ଟିଟିଲାଗଡରେ ଏବେ ଠାରୁ ଜାଳିଲାଣି ଖରା । ଲୋକେ ଥଣ୍ଡା ପାନୀୟ ସହ ଲସି ପିଇବା ଆରମ୍ଭ କରି ଦେଲେଣି । ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଅବଧି ଅଧିକ ରହିବ ବୋଳି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମେ’ ଶେଷ ପର୍ଯ୍ୟନ୍ତ ଖରା ଓ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅତିଷ୍ଠ କରିବ। ଏହି ୩ମାସ ମଧ୍ୟରେ ୮ରୁ ୯ଦିନ ଲଗାତର ହିଟୱଭର ଆଶଙ୍କା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଶନିବାର ୩୮.୫ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର ପାଲଟି ଥିଲା।

You might also like
error: Content is protected !!