ପୁରୁଷୋତମପୁର ବ୍ଲକ୍ ର ୨୬ ଗୋଟି ପଞ୍ଚାୟତର ଜନପ୍ରତିନିଧିଙ୍କୁ ନେଇ ବଣ ଭୋଜି ।
ପୁରୁଷୋତମପୁର,(ପ୍ରସନ୍ନ କୁମାର ଦାଶ):- ପୁରୁଷୋତମପୁର ବ୍ଲକ୍ ର ୨୬ ଗୋଟି ପଞ୍ଚାୟତର ଜନପ୍ରତିନିଧି ଯଥା ସରପଞ୍ଚ ସମିତି ସଭ୍ୟ, ସଭ୍ୟା ଙ୍କ ସହିତ ସ୍ଥାନୀୟ ନେତା ଓ କର୍ମୀମାନଙ୍କୁ ନେଇ ସମାଜ ସେବି ଶ୍ରୀ ନିର୍ମଳ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଏବଂ ବ୍ଲକ ଅଧକ୍ଷା ଶ୍ରୀମତୀ ପିଙ୍କିବେହେରାଙ୍କ ସଂଯୋଜନାରେ ନୂତନ ବର୍ଷ ୨୦୨୫ ରେ ଏକ ବଣ ଭୋଜିର କାର୍ଯ୍ୟକ୍ରମ ଶେରଗଡ଼ ବ୍ଲକ ନିକଟସ୍ଥ ମା ମାଛୁଆ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବଣ ଭୋଜି ସହିତ ଜନ ପ୍ରତିନିଧି ମାନେ ଅଧକ୍ଷା ଏବଂ ସମାଜ ସେବୀଙ୍କ ଉପସ୍ତିତିରେ ଏକ ବୈଠକ କରିଥିଲେ । ବୈଠକରେ ନିଜ ନିଜ ପଂଚାୟତରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାମ ବନ୍ଦ ଉପରେ ସମାଧାନ କରିବା ଏବଂ ବିଧାୟକ ଅଧକ୍ଷା ଓ ସରପଞ୍ଚ ଏବଂ ସମିତି ସଭ୍ୟ ସେମାନଙ୍କ ନିଜ ନିଜ ଫଣ୍ଡ କୁ ନିଜେ ବ୍ୟବହାର କରିବେ, କିଏ କାହାର କାମକୁ ବାଧା ଦେବେନି ଏବଂ ନିଜ ନିଜ କାମକୁ ବଜାୟ ରଖି ଏକତା ରଖିବେ। ସବୁ ଗ୍ରାମରେ ଚାଲିଥିବା ପଂଚାୟତ ର ବିଭିନ୍ନ କାମକୁ ଯଦି କିଏ ବନ୍ଦ କରେ ତେବେ ସାମୁହିକ ଭାବରେ ସମସ୍ତେ ଏହାର ପ୍ରତିବାଦ କରିବାକୁ ବୈଠକ ରେ ନିଷ୍ପତି ନିଆଗଲା ।

ମାଙ୍କ ସମୁଖରେ ସମସ୍ତେ ହାତରେ ହାତ ରଖି ପ୍ରତିଜ୍ଞା କରିଥିଲେ କି ସବୁ ସରପଞ୍ଚ ଓ ସମିତି ସଭ୍ୟ ମାନେ ଏହି ପ୍ରତିଜ୍ଞାରୁ କେବେ ଓହରିବେ ନାହିଁ । ଏବଂ ବ୍ଲକରେ କିଛି ବିଭାଗୀୟ ଅଧିକାରୀଙ୍କ ମନମୁଖୀରେ ଅତିଷ୍ଠ ହୋଇ ସେମାନେ ତାହାର ସମାଧାନଓ ମୁକାବିଲା କରିବା ପାଇଁ ପ୍ରସ୍ତାବ ଦେବା ସହ ଏଥିରେ ଯିଏ ବିରୋଧ କରିବ ତାହା ଉପରେ ଜ଼ିଲ୍ଲାପାଳ, ବିଧାୟକ ଓ ସଚିବ ସହିତ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସର୍ବ ସମତି କ୍ରମେ ନିଷ୍ପତି ନେଇଥିଲେ। ଏବଂ ଏହି କାର୍ଯ୍ୟକୁ ଏକ ସ୍ୱରରେ କାର୍ଯ୍ୟ କରିବୁ ବୋଲି ସମସ୍ତେ ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ନେତା ମାନଙ୍କ ମଧ୍ୟରେ ୩୬ ନଂ ଜ଼ିଲ୍ଲା ପରିଷଦ ସଦସ୍ୟ ଭଜମନ ବେହେରା ଓ ୩୫ ନଂ ଜ଼ିଲ୍ଲା ପାରିଷଦ ସଦସ୍ୟ ରଞ୍ଜିତ ବେହେରା ଏବଂ ଅଧକ୍ଷାଙ୍କ ପ୍ରତିନିଧି ଜଗତ ବନ୍ଧୁ ପଣ୍ଡା, ଇନ୍ଦ୍ରଜୀତ ନାୟକ, ଅକ୍ଷୟ ପ୍ରଧାନଙ୍କ ସହିତ ଅନ୍ୟାନ୍ୟ ସହଯୋଗୀ ବୃନ୍ଦ ସହଯୋଗ କରିଥିଲେ ।