ସାର୍କୀମା ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।

ଚନ୍ଦ୍ରପୁର, ତା.17.02.2025 :- ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସାର୍କୀମା ପଞ୍ଚାୟତ ଗୃହ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ସାର୍କୀମା ପଞ୍ଚାୟତ ସରପଞ୍ଚ ଶ୍ରୀ ଫକିର ମୋହନ ଗୋମିଡାଙ୍ଗା ଙ୍କ ସଭାପତି ତ୍ବ ରେ ଚନ୍ଦ୍ରପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସମ୍ୟକାନ୍ତ ବ।ଙ୍ଗୋଲ ଯୋଗଦେଇ ଅଭିଯୋଗ ଶୁଣିଥିଲେ । ଏଥିରେ ସାର୍କୀମା ପଞ୍ଚାୟତ ର ଆଠ ଗୋଟି ଅଭିଯୋଗ ଶୁଣିଥିଲେ । ଏଥିରେ ସାମୁହିକ 6 ଗୋଟି ଅଭିଯୋଗ ମଧ୍ୟରୁ ଗ ଗ୍ରାମର ନୂତନ ଡ୍ରେନ କରିବା, ଓ ବିଭିନ୍ନ ଗ୍ରାମରେ CC ରୋଡ଼ ନିମନ୍ତେ ଅଭିଯୋଗ ହୋଇଥିଲା ସେଥିରେ ରାଣାଗୁଡ଼ି ଗ୍ରାମରେ ସାହି ଡ୍ରେନ ଓ ସିସି ରୋଡ଼, ଗାଲୁମୁଗୁଡା ଗ୍ରାମରେ ବନ୍ଦ ଖୋଲିବା ନିମନ୍ତେ ଅଭିଯୋଗ କରିଥିଲେ ଏବଂ ଦୁଇଟି ବ୍ୟକ୍ତି ଗତ ଅଭିଯୋଗ ଶୁଣିଥିଲେ । ଏଥିରେ ବ୍ଲକ ଅଧିକ୍ଷକ ଯନ୍ତ୍ରୀ ବିଶ୍ୱଜିତ ମିଶ୍ର,ଶିକ୍ଷା ବିଭାଗ ABEO ଶ୍ରୀ ବାଳକୃଷ୍ଣ ବିହାରୀ, RD କନିଷ୍ଠ ଯନ୍ତ୍ରୀ ଅନିଲ ମଲିକ, A RI ମନୋଜ ମାଝୀ,ଶିଶୁଵିକା ସୁପର ଭାଇଜର ଅରୁଣା ମହାନନ୍ଦିଆ, ବିକାଶ ନାୟକ,PEO ଅସୂତଶ ପାଣିଗ୍ରାହୀ, GRS ପ୍ରବୀର କୃଷିବିଭାଗ AO ଶ୍ରୀଧର ପଟନାୟକ, ପ୍ରାଣୀ ଚିକିତ୍ସକ ପିତର ଜାଗେରାଙ୍ଗା , ANM ଶ୍ରୀମତୀ ଗୀତାଞ୍ଜଳି କାର୍ଜୀ, MBK ଶ୍ରୀମତୀ ଅନିତା ମାଝୀ ୱାର୍ଡ ସଭ୍ୟ ସଭ୍ୟା ପ୍ରମୁଖ ସହଯୋଗ କରିଥିଲେ । ଏହିରେ PEO ଶ୍ରୀ ପାଣିଗ୍ରାହୀ ପରିଚାଳନା କରିଥିଲେ ଓ ଧନ୍ୟବାଦ ଦେଇ ସାଙ୍ଗ କରିଥିଲେ ।

Smart Computer Ad
You might also like
error: Content is protected !!