ବାଳିକା ମାନଙ୍କ ର ଆତ୍ମ ରକ୍ଷା ପ୍ରଶିକ୍ଷଣ ଶିବିରରେ କାର୍ଯ୍ୟରତ ମହିଳା

  ନୟାଗଡ,(ପ୍ରଭାକର ଶିରୋମଣି):- ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମହା ବିଦ୍ୟାଳୟ ପରିସରରେ ଶତାଧିକ ଛାତ୍ରୀଙ୍କୁ ନେଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଆଜି ସୋମବାର ଷଷ୍ଠ  ଦିନରେ ପହଞ୍ଚିଛି, ନିଜ ନିଜ ସୁରକ୍ଷା ପାଇଁ ତାଲିମ ନେଉଥିବା ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସୁକତା ଦେଖା ଯାଉଥିବା ଲକ୍ଷ୍ୟ କରାଯାଉଛି, ଏହି କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ସମାପନ ହେବ ବୋଲି ଜଣାଯାଇଛି,,ବିଶେଷତଃ ଆଜିର ସମାଜରେ ବିଭିନ୍ନ କ୍ଷେତ୍ରରେ ବାଳିକା ମାନଙ୍କୁ ପ୍ରଲୋଭିତ କରାଯାଇ ଭୟଭୀତ କରାଯାଉଥିବା ଖବର  ପ୍ରତ୍ୟେକ ଅଞ୍ଚଳରେ ଥିବା ପୁଲିସ ଥାନା ମାନଙ୍କରେ ପଞ୍ଜିକୃତ ହେଉଥିବା ଅଭିଭାବକ ମାନେ ଅଭିଯୋଗ କରିଥିବା ଶୁଣିବାକୁ ମିଳୁଛି ସମ୍ପ୍ରତି ସମାଜର ଚଳଣି ଦୃଷ୍ଟିରୁ କଲେଜ ଛାତ୍ରୀ ମାନେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ମାନଙ୍କରେ କାର୍ଯ୍ୟ ରତ ଥିବାରୁ ନିଜେ ନିଜର ସୁରକ୍ଷା ପାଇଁ ମନୋବଳକୁ ଦୃଢ଼ କରିବାକୁ ଶପଥ ନେଇ ଏହି ପ୍ରଶିକ୍ଷଣ ନେଉଥିବା କାର୍ଯ୍ୟକ୍ରମ ର ସଂଚାଳିକା ଅଧ୍ୟାପିକା ଶ୍ରୀମତୀ ସରଳା ବେହେରାଙ୍କ ଠାରୁ ପ୍ରକାଶ, ପ୍ରଶିକ୍ଷିକା ସୁଶ୍ରୀ ଶୁଭଶ୍ରୀ ସାହୁ କଲେଜର ଛାତ୍ରୀ ମାନଙ୍କୁ ପ୍ରତି ମୁହୂର୍ତ୍ତରେ ଯେ କୌଣସି କ୍ଷେତ୍ରରେ ସଜାଗ ହେବାକୁ ପ୍ରୋତ୍ସାହନ ଦେଉଥିବା ଜଣାଯାଉଛି               

Smart Computer Ad
You might also like
error: Content is protected !!