ମା’ ମଙ୍ଗଳାଙ୍କ ମନ୍ଦିର ସହ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମ୍ପର୍ଣ୍ଣ 

ନୟାଗଡ ( ପ୍ରଭାକର ଶିରୋମଣି ) ୧୬ l ୨ :- ଖଣ୍ଡପଡା ବ୍ଳକ ଅନ୍ତର୍ଗତ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର  କଣ୍ଟିଲୋ ପାଟଣା ଛକ ଠାରେ ପ୍ରତିଷ୍ଠିତ ଦକ୍ଷିଣ ଚଣ୍ଡୀ ମନ୍ଦିର ପାର୍ଶ୍ୱରେ ବିଶ୍ୱ କଲ୍ୟାଣ ନିମିତ୍ତ ହିନ୍ଦୁ ଶାସ୍ତ୍ର ମତେ ତିଅର ସାହି ସମାଜ ପକ୍ଷରୁ ମା ‘ ମଙ୍ଗଳା ଙ୍କ ନୂତନ ମନ୍ଦିର ସହ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୫ ଶହ ରୁ ଉର୍ଦ୍ଧ୍ୱ ମହିଳା ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀରୁ ପୂର୍ଣ୍ଣ କଳସ ଶୋଭାଯାତ୍ରାସହ  କଣ୍ଟିଲୋ ଗ୍ରାମ ପରିକ୍ରମା କରି ନୂତନ ମନ୍ଦିର ପ୍ରତିଷ୍ଠା ସ୍ଥାନକୁ ଏକ ବିରାଟ ଶୋଭାଯାତ୍ରାରେ ଯାଇଥିଲେ ।

ମା' ମଙ୍ଗଳାଙ୍କ ମନ୍ଦିର ସହ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମ୍ପର୍ଣ୍ଣ 

ଏତଦ ଉପଲକ୍ଷେ ଅଧିବାସ, ଅଙ୍କୁରା ରୋପଣ, ସୂର୍ଯ୍ୟ ପୂଜା,ଅଗ୍ନି ସ୍ଥାପନ ଓ ହୋମ ଯଜ୍ଞ ତିନି ବ୍ୟାପୀ ଅନୁଷ୍ଠିତ ହୋଇଥିଲା । ଶେଷରେ ବିଗ୍ରହଙ୍କ ପିଣ୍ଡ ନ୍ୟାସ ଏବଂ ନୂତନ ବିଗ୍ରହଙ୍କ ଚକ୍ଷୁ ଦାନ କାର୍ଯ୍ୟକ୍ରମ  ପୁରୋହିତ ମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା ଓ  ଏହାପରେ ନୂତନ ବିଗ୍ରହଙ୍କୁ ନେଇ ହଜାର ହଜାର ଶ୍ରଦ୍ଧାଳୁ ନଗର ପରିକ୍ରମା କରିଵା ପରେ ନୂତନ ବିଗ୍ରହଙ୍କୁ ସିଂହାସନ ବିଜେ କରାଯାଇଥିଲା।
           ସୂଚନା ଯୋଗ୍ୟ ଏହି ଯେ ତିନି ଦିନ ବ୍ୟ।ପୀ ଏହି କାର୍ଯ୍ୟକ୍ରମ କୁ ଯୁଧିଷ୍ଠିର ବେହେରା, ଆର୍ତ୍ତବନ୍ଧୁ ସାହୁ, ବିପିନ ଭୋଇ, ସୁଦର୍ଶନ ବେହେରା ଓ ସୁରେନ୍ଦ୍ର ବେହେରା ପରିଚାଳନା କରିଥିଲା ବେଳେ କଣ୍ଟିଲୋ ପାଟଣା ତିଅର ସାହିର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

You might also like
error: Content is protected !!