ବାଲିଗୁଡା ଠାରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହାମହୋତ୍ସବ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ )କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସତସଙ୍ଗ କେନ୍ଦ୍ର ପରିସରରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୭ ତମ ଜନ୍ମ ମହାମହୋତ୍ସବ ସୁରେଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଛି । ଏହି ଅବସରରେ ପ୍ରତ୍ୟୁଷରୁ ବେଦ ମାଙ୍ଗାଳିକ, ନହବତ, ଉଷା କୀର୍ତ୍ତନ, ଵିନତୀ ପ୍ରାର୍ଥନା, ପୂର୍ବାହ୍ନରେ ମାତୃ ସମ୍ମିଳନୀ ଆୟୋଜିତ ହୋଇଥିଲା l ଅପରାହ୍ନରେ ଶ୍ରୀ ଶ୍ରୀ ଠାକୁରଙ୍କ ଫୋଟ ଚିତ୍ର ରଖି ଏକ ସୁସଜିତ ରଥ ସହ ସଂକୀର୍ତ୍ତନ ମଣ୍ଡଳୀ ଙ୍କ ଦ୍ୱାରା ସମଗ୍ର ସହର ପରିକ୍ରମା କରାଯାଇଥିଲା l ସନ୍ଧ୍ୟା ଵିନତୀ ପରେ ପରେ ସତସଙ୍ଗ ଓ ସଦଲୋଚନା କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ଠାକୁରଙ୍କ ଦିବ୍ୟ ଦର୍ଶନ

ବାଲିଗୁଡା ଠାରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହାମହୋତ୍ସବବାଲିଗୁଡା ଠାରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହାମହୋତ୍ସବବାଲିଗୁଡା ଠାରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହାମହୋତ୍ସବବାଲିଗୁଡା ଠାରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହାମହୋତ୍ସବବାଲିଗୁଡା ଠାରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହାମହୋତ୍ସବ

YouTube video

ଓ ଜୀବନ ଉପରେ ଆଲୋକପାତ କରାଯାଇଥିଲା। ଏଥିରେ ବାଲିଗୁଡା ସତସଙ୍ଗ ମଣ୍ଡଳୀ ସମେତ ଆଖପାଖ ସମସ୍ତ ମଣ୍ଡଳୀରୁ ଶତାଧିକ ଗୁରୁ ଭାଇ ଓ ମା ‘ ମାନେ ଯୋଗଦେଇ ଥିଲେ l ସ୍ଥାନୀୟ ସତସଙ୍ଗ କେନ୍ଦ୍ରର ସୁରେଶ ଚନ୍ଦ୍ର ମହାନ୍ତି,ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ,ଅଶ୍ୱିନୀ କୁମାର ଦାସ, ବଂଶୀଧର ସାହୁ, ସି. ଏଚ. ଦିଲ୍ଲୀପ କୁମାର ପାତ୍ର, ଅଖିଳ ବାରିକ, ସନ୍ତୋଷ କୁମାର ସାହୁ, ସୂର୍ଯ୍ୟ ନାରାୟଣ ଷଡ଼ଙ୍ଗୀ, ମାଳତୀ ମା, ଆରତୀ ମା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

You might also like
error: Content is protected !!