ଏଥର କେବଳ କଳା ରଙ୍ଗ କାଳିରେ ଲେଖିବେ ପରୀକ୍ଷାର୍ଥୀ

ଭୁବନେଶ୍ୱର, ସାଂଜୀବ କୁମାର : ସିଏଚ୍‌ଏସ୍‌ଇ ପକ୍ଷରୁ ଆସନ୍ତା ୧୮ ରୁ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ +୨ ଥିଓରୀ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ କଠୋର ଆଭିମୁଖ୍ୟ ପୋଷଣ କରାଯାଇଛି। ପରିଷଦ ପକ୍ଷରୁ ଏନେଇ ସ୍ବତନ୍ତ୍ର ନିୟମାବଳୀ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ପରୀକ୍ଷା କେନ୍ଦ୍ର ଅଧ୍ୟୀକ୍ଷକଙ୍କ ନିକଟକୁ ପଠାଯାଇଛି।

ସୂଚନା ଅନୁଯାୟୀ, ପରୀକ୍ଷାରେ ଏଥର ସମସ୍ତ ପରୀକ୍ଷାର୍ଥୀ କେବଳ କଳା ରଙ୍ଗ କାଳିରେ ଲେଖିପାରିବେ। ପୂର୍ବରୁ ନୀଳ(ବ୍ଲୁ) ରଙ୍ଗରେ ଛାତ୍ରଛାତ୍ରୀ ଲେଖୁଥିବାବେଳେ ଏଥର କଟକଣା ଜାରି ହୋଇଛି। ପରୀକ୍ଷା ଖାତା ସ୍କାନ ବେଳେ ବ୍ଲୁ କାଳି ଅସୁବିଧା ହେଉଛି। ତେଣୁ ଛାତ୍ରଛାତ୍ରୀ କେବଳ କଳା ରଙ୍ଗ କାଳିରେ ଲେଖିପାରିବେ।

ଛାତ୍ରଛାତ୍ରୀଙ୍କୁ ଏନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଅବଗତ କରାଇବେ। ଅନ୍ୟପକ୍ଷରେ ପରୀକ୍ଷା ସମୟ ୩ ଘଣ୍ଟା ଥିବାବେ‌େଳ ତା ପୂର୍ବରୁ ଯଦି କେହି ପରୀକ୍ଷା ଖାତା ଦିଅନ୍ତି ତେବେ ତାଙ୍କୁ ପ୍ରଶ୍ନପତ୍ର ନେବାକୁ ଅନୁମତି ମିଳିବନି। ପ୍ରଶ୍ନପତ୍ର ପ୍ରଘଟ ରୋକିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା ୯ଟାରେ ଆରମ୍ଭ ହେବ।ଏଥର କେବଳ କଳା ରଙ୍ଗ କାଳିରେ ଲେଖିବେ ପରୀକ୍ଷାର୍ଥୀ

ଛାତ୍ରଛାତ୍ରୀ ୩୦ ମିନିଟ୍‌ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ। ଆସନ୍ତା ୧୨ ତାରିଖରୁ ପରୀକ୍ଷା ପରିଚାଳନା ହବ୍‌କୁ ପଠାଯିବ ପ୍ରଶ୍ନପତ୍ର। ରାଜ୍ୟରେ ଥିବା ମୋଟ ୨୦୫ଟି ହବରେ ପ୍ରଶ୍ନପତ୍ର ରଖାଯିବ। ହବ୍‌ରୁ ପରୀକ୍ଷା ଦିନ ସମସ୍ତ କେନ୍ଦ୍ରକୁ ୮ଟା ୩୦ ସୁଦ୍ଧା ପ୍ରଶ୍ନପତ୍ର ପଠାଯିବ।

ପରୀକ୍ଷା କେନ୍ଦ୍ରରେ ନିୟୋଜିତ ହେବାକୁ ଥିବା ନିରୀକ୍ଷକ, ଅଧ୍ୟାପକ, ଅଧ୍ୟାପିକା, ସ୍କ୍ବାଡ ମୋବାଇଲ ବ୍ୟବହାର କରିପାରିବେ ନାହିଁ। ସେମାନେ ପରୀକ୍ଷା କେନ୍ଦ୍ରର ଅଧ୍ୟୀକ୍ଷକଙ୍କ ନିକଟରେ ନିଜ ମୋବାଇଲ ଫୋନ୍‌ ଦାଖଲ କରିବା ପରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଏହା ବ୍ୟତୀତ ପରୀକ୍ଷା ଖାତାରେ ଉତ୍ତର ଛଡ଼ା ମୋବାଇଲ ନମ୍ବର, କୌଣସି ସଙ୍କେତ କିମ୍ବା ଅନ୍ୟ ଲେଖା ଥିଲେ ଉକ୍ତ ପରୀକ୍ଷାର୍ଥୀଙ୍କୁ ମାଲପ୍ରାକ୍‌ଟିସ କରାଯିବ। ଖାତା ଯାଞ୍ଚ ସମୟରେ ମଧ୍ୟ ଉକ୍ତ ପରୀକ୍ଷାର୍ଥୀଙ୍କୁ ଏମ୍‌ପି କରିବାକୁ ନିୟମ କରାଯାଇଛି।

You might also like
error: Content is protected !!