ନୀଳମାଧଵ ମହାବିଦ୍ୟାଳୟର ୪୮ ତମ ବାର୍ଷିକ ଉତ୍ସବ

ନୟାଗଡ(ପ୍ରଭାକର ଶିରୋମଣି ):-ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମହାବିଦ୍ୟାଳୟର ୪୮ ତମ ବାର୍ଷିକ ଉତ୍ସବ ଗତ ୭ ତାରିଖରେ ଅନୁଷ୍ଠିତ ହୋଇଯାଇଛି ଓ  ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ଅତିଥି ମାନଙ୍କ ଉପସ୍ଥିତିରେ ଏକ ସଭା କଲେଜ ଅଧ୍ୟକ୍ଷ ଡ଼. ରଣଜିତ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ  ଅନୁଷ୍ଟିତ ହୋଇଥିଲା l ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ  ଖଣ୍ଡପଡା ମାନ୍ୟବର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ଭଲ ମଣିଷ ଭାବରେ ନିଜକୁ  ଗଢି ତୋଳିବା ସହିତ ଆମ ରାଜ୍ୟର ଟେକ ରଖିବାକୁ ପରାମର୍ଶ ଦେଇଥିଲେ l ଅପର ପକ୍ଷରେ ଛାତ୍ର ଛାତ୍ରୀଙ୍କ ପାଇଁ କଲେଜ ସମ୍ମୁଖରେ ବସ ଷ୍ଟପେଜ ବ୍ୟବସ୍ଥା, ଅଧିକ ଶ୍ରେଣୀ ଗୃହ ନିର୍ମାଣ ଓ ଖେଳ ପଡିଆ ନବୀକରଣ ଓ ଖାଲି ଥିବା ପଦବୀ ପୂରଣ  ଆଦି ଅନ୍ୟାନ୍ୟ ସମସ୍ୟା ସମାଧାନ  କରିବାକୁ ବିଧାୟକ  ଶ୍ରୀ ସ୍ୱାଇଁ ସଭାରେ ଘୋଷଣା କରିଥିଲେ l ମୁଖ୍ୟ ବକ୍ତା ଭାବେ ଓଡିଶା ରାଜ୍ୟ ଜାତୀୟ ସେବା ସଂସ୍ଥା ତାଲିମ କେନ୍ଦ୍ର ପ୍ରଶିକ୍ଷକ ପ୍ରଫେସର ନୀରଦ ବରଣ ଖୁଣ୍ଟିଆ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ  ଶିକ୍ଷା  କ୍ଷେତ୍ରରେ ବିଭିନ୍ନ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ନୟାଗଡ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, କଣ୍ଟିଲୋ ଜୋନ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ  ଉଜ୍ୱଳ ମହାରଣା, ଖଣ୍ଡପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା  ଉପମା ବେହେରା , ଖଣ୍ଡପଡା ବିଡ଼ିଓ ଅଙ୍କୁର ଅଭିଳାଷ ଓ ଛାତ୍ର ସଂସଦ ଉପଦେଷ୍ଟା ଇଂରାଜୀ ବିଭାଗ  ଅଧ୍ୟାପକ ଓମ ପ୍ରକାଶ ସାହୁ ଯୋଗ ଦେଇ ସମାଜ ର ବିକାଶ ଦିଗରେ ମନ ନିବେଶ କରି ଗ୍ରାମ, ରାଜ୍ୟ ତଥା ଦେଶକୁ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ l ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡ଼. ନିରୋଦ କୁମାର ମନ୍ତୀ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଇଂରାଜୀ ଅଧ୍ୟାପକ ପ୍ରଭାତ କୁମାର ବେହେରା ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଓ ସଂସ୍କୃତ ବିଭାଗ ଅଧ୍ୟାପିକା ଶ୍ରୀମତୀ ସରଳା ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ  କରିଥିଲେ l            ସୂଚନାନୁସାରେ ପ୍ରଥମ ପର୍ଯ୍ୟାୟ ସମାବେଶ ରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ରେ ଅନୁଷ୍ଠିତ ।

You might also like
error: Content is protected !!