ଦୌଡକୁଦ ପ୍ରତିଯୋଗିତା ଉଦଘାଟିତ
ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ଗଞ୍ଜାମ ଜିଲ୍ଲା ଦୌଡକୁଦ ପ୍ରତିଯୋଗିତା ଉଦଘାଟନ ହୋଇଯାଇଛି l ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ସାଧାରଣ ସମ୍ପାଦକ ଜେ କମେଶ୍ୱର ରାଓଙ୍କ ସଂଯୋଜନାରେ କ୍ରୀଡା ପରିଚାଳିତ ହେଉଛି l ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏସପି ଡ୍ ଶ୍ରବଣ ବିବେକ ଏମ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଜିଲ୍ଲା କ୍ରୀଡ଼ା ଅଧିକାରୀ ସନ୍ତୋଷ କୁମାର ସାହୁ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଥଲେଟିକ୍ ସେକ୍ରେଟାରୀ ପ୍ରମୋଦ କୁମାର ମହାରଣାଙ୍କ ସହଯୋଗରେ ଏହା ଚାଲୁ ରହିଛି l ଉପ ସଭାପତି ତାରିଣୀ ଚରଣ ସାମନ୍ତରାୟ ଶେଷରେ ଧନ୍ୟବାଦ୍ ରଖିଥିବା ବେଳେ କେଦାର ନାଥ ଚୌଧୁରୀ ଅତିଥି ପରିଚୟ ପ୍ରଦାନ କରିଥିଲେ l କ୍ରୀଡା ମଣିଷକୁ ସୁସ୍ଥ ରଖେ l ଶୃଙ୍ଖଳିତ ରହି ଖେଳାଳି ମାନେ ବିଭିନ୍ନ ଶୃଙ୍ଖଳାରେ ଅଭ୍ୟାସ ଜାରି ରଖିବା ନେଇ ଅତିଥି ବକ୍ତବ୍ୟ ରଖିଥିଲେ l ବିଭିନ୍ନ ଶୃଙ୍ଖଳାରେ ପ୍ରାୟ ୯୦୦ ପୁରୁଷ, ମହିଳା,ବାଳକ ଓ ବାଳିକା ଅଂଶ ଗ୍ରହଣ କରିଛନ୍ତି l କ୍ଲବ,ବିଦ୍ୟାଳୟ ଓ ମହାବିଦ୍ୟାଳୟ ଏଥିରେ ଭାଗନେଇଥିବା କୁହାଯାଇଛି l ବହୁ ବରିଷ୍ଠ ଖେଳାଳି ଏହାକୁ ସହଯୋଗ କରୁଛନ୍ତି l