ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଅପମାନ ଜନକ ମନ୍ତବ୍ୟ ବିରୁଦ୍ଧରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗତ ଦୁଇ ତାରିଖରେ ଦିନ ଖଜୁରୀପଦା ମୁଖ୍ୟ ସଡକ ଠାରେ ନୁଆଗଡ ମଣ୍ଡଳର ଭାରତୀୟ ଜନତା ପାର୍ଟୀର କାର୍ଯ୍ୟକତ୍ତା, ସକୀୟ କର୍ମୀ ଓ ସଦସ୍ୟମାନଙ୍କୁ ନେଇ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧାଙ୍କ ଅପମାନ ଜନକ ମନ୍ତବ୍ୟ ବିରୁଦ୍ଧ ରେ ଏକ ପ୍ରତିବାଦ ସଭାରେ ନୁଆଗଡ ମଣ୍ଡଳର ସଭାପତି ଶ୍ରୀ ପଞ୍ଚାନନ ବେହେଦ୍ଦଳାଇଙ୍କ ସଂପାଦନରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିବାଦ ସଭାରେ ବରିଷ୍ଠ କାର୍ଯ୍ୟକର୍ତା ପୂର୍ବତନ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ସୁବାଷ ପାଇକ, ଜିଲ୍ଲା ସଂପାଦକ, ମନୋଜ ପାଇକ, ଉଦୟମାନ ଯୁବ ଭାରତୀୟ ଜନତା ପାର୍ଟ କାର୍ଯ୍ୟକର୍ତା ଦୁର୍ଯ୍ୟଧନ ପାଇକ, ସକୀୟ ସଭ୍ୟ ସୁଲୋମନ ରଇତ, ଦେବେନ୍ଦ୍ର କର୍ଯ୍ୟୀ, ନେତ୍ର ପୂଜାରୀ, ବଳିଆ ବଡକୁମାର, କୁନା ଭାଇ, ଜଗା ଭାଇ, ଏଭଳି ଅନେକ ସକ୍ରୀୟ କର୍ମୀମାନେ ଉପସ୍ଥିତ ରହିଥିଲେ ।

You might also like
error: Content is protected !!