ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
ନୟାଗଡ(ପ୍ରଭାକର ଶିରୋମଣି ) ୨୫ l ୧ ନୟାଗଡ ଜିଲ୍ଲା ଖଣ୍ଡପଡା ମହିଳା ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ” ଜାତୀୟ କନ୍ୟା ସନ୍ତାନ ଦିବସ ” ପାଳିତ ହୋଇ ଯାଇଛି l କନ୍ୟା ମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ” ସଶକ୍ତ ବାଳିକା ” ସମ୍ପର୍କ ରେ ଚଳିତ ବର୍ଷ ଜାତୀୟ କନ୍ୟା ସନ୍ତାନ ଦିବସ କୁ ଗୁରୁତ୍ୱ ଦିଆ ଯାଉଥିବାବେଳେ ଏହି ସଭାର ଆୟୋଜନ କରାଯାଇଥିଲା l ଖଣ୍ଡପଡା ଗୋଷ୍ଟୀ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ ଓ ଅତିରିକ୍ତ ତହସିଲଦାର ସୌମେଶ ରଣ ବିଜୁଳି ଅତିଥି ଭାବେ ଯୋଗ ଦେଇ ଶତାଧିକ ଯୁକ୍ତ ଦୁଇ ପ୍ରଥମ ଵର୍ଷ ଛାତ୍ରୀ ମାନଙ୍କୁ ବକ୍ତବ୍ୟ ମାଧ୍ୟମରେ ଭବିଷ୍ୟତ କୁ ସଠିକ ଭାବରେ ନିୟୋଜିତ କରିବାକୁ ବିଭିନ୍ନ ଉପଦେଶ ମାନ ଦେଇଥିଲେ l ଯୁକ୍ତ ଦୁଇ ଅଧ୍ୟକ୍ଷା ସ୍ମିତା ଶେଫାଳୀ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପିକା ବିଶ୍ୱ ଭାରତୀ ମହାରଣା ଓ ଅଧ୍ୟାପକ ଡ଼. ଅଜିତ ବସନ୍ତରାୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l
