ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ପ୍ଯାରେଡ୍ ଅଭ୍ଯାସ

ବୁଗୁଡା ,୨୪/୦୧(ସୋରେନ କୁମାର ପ୍ରଧାନ): ଚଳିତ ବର୍ଷ ବୁଗୁଡ଼ା ଏନଏସି ଏବଂ ଶ୍ରୀକର ଭଞ୍ଜ ଓପନ୍ ୟୁନିଟ ମିଳିତ ଆନୁକୁଲ୍ୟରେ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ ହେବାକୁ ଯାଉଥିବା ବେଳେ ସେହି ଉପଲକ୍ଷେ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପ୍ଯାରେଡ୍ ଅଭ୍ଯାସ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାଯାଇଛି। ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଏନସିସି , ସ୍କାଉଟ୍, ଛାତ୍ର ଓ ଛାତ୍ରୀଙ୍କ ଭିନ୍ନ ଭିନ୍ନ ଦଳ ପିପୁଲ୍ସ କଲେଜ ପିଇଟି କ୍ରିଷ୍ଣାରାଓ ପାତ୍ରଙ୍କ ତତ୍ତ୍ବାବଧାନରେ ମିଳିତ ପ୍ଯାରେଡ୍ ଅଭ୍ଯାସ କରୁଥିବା ବେଳେ ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଅନ୍ୟାନ୍ୟ କ୍ରୀଡା ଶିକ୍ଷକଙ୍କ ସହଯୋଗ ଦେଖିବାକୁ ମିଳିଛି।


Smart Computer Ad
You might also like
error: Content is protected !!