ଆତ୍ମ ସୁରକ୍ଷା ଶିବିର କାର୍ଯ୍ୟକ୍ରମ ଉଦଯାପିତ
ନୟାଗଡ଼(ପ୍ରଭାକର ଶିରୋମଣି),୨୪/୧):-ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଛାତ୍ରୀ ମାନଙ୍କର ଆଠ ଦିନ ବ୍ୟାପୀ ତାଲିମ ପ୍ରଦାନ କରାଯାଇଥିବା ଆତ୍ମ ସୁରକ୍ଷା କୌଶଳ ଶିବିର ଆଜି ୨୪ ତାରିଖରେ ଉଦଯାପିତ ହୋଇ ଯାଇଛି l ଏହି ଶିବିର କୁ କଲେଜ ଅଧ୍ୟକ୍ଷ ଡ଼. ରଣଜିତ କୁମାର ତ୍ରିପାଠୀ ଆନୁଷ୍ଠାନିକ ଭାବେ ଆଜି ଶୁକ୍ରବାର ଉଦଯାପିତ ଘୋଷଣା କରି ଛାତ୍ରୀ ମାନେ ଶୃଙ୍ଖଳିତ ହେବା ସହିତ ଆଗକୁ ଆସୁଥିବା ବିପଦକୁ ନିର୍ଭୟରେ ସାମନା କରିବାକୁ ଉପଦେଶ ଦେଇଥିଲେ l ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିର୍ଦ୍ଦେଶ କ୍ରମେ ନୟାଗଡ ନୋଡାଲ କଲେଜ ତତ୍ୱାବଧାନ ରେ ଏହି ଶିବିର ରେ ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା, ବିଜ୍ଞାନ ଓ ଧନ୍ଦାମୂଳକର ୧୫୭ ଛାତ୍ରୀ ତାଲିମ ଶିବିର ରେ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ l ପ୍ରଶିକ୍ଷିକା ଶୁଭଶ୍ରୀ ସାହୁ, ସଂସ୍କୁତ ବିଭାଗ ଅଧ୍ୟାପିକା ସରଳା ବେହେରା, ଇଂରାଜୀ ଅଧ୍ୟାପକ ପ୍ରଶାନ୍ତ ନାୟକ, ସମାଜ ବିଜ୍ଞାନ ଅଧ୍ୟାପିକା ରଶ୍ମିତା ସାହୁ ଯୋଗ ଦେଇ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ସମ୍ବନ୍ଧରେ ଉତ୍ସାହିତ କରିଥିଲେ ବୋଲି ପ୍ରକଳ୍ପ ସଂଯୋଜିକା ଅଧ୍ୟାପିକା କଲ୍ୟାଣୀ ପଣ୍ଡା ଙ୍କ ଠାରୁ ପ୍ରକାଶ l ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଵା ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ଧନ୍ଦା ମୂଳକ ବିଭାଗ ର ୧୫୭ ଜଣ ଛାତ୍ରୀଙ୍କୁ ଶିବିର ର ପ୍ରମାଣ ପତ୍ର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ଶେଷରେ ଶିକ୍ଷା ବିଭାଗ ମୁଖ୍ୟ ଅଧ୍ୟାପକ ରମେଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
