ଉଚ୍ଚମାଧ୍ୟମିକ ବିଦ୍ୟାଳୟ କ୍ଲାସରୁମ ହସ୍ତାନ୍ତର ହୋଇନାହି: ପାଠପଢା ବାଧା ପ୍ରାପ୍ତ,
ଚନ୍ଦ୍ରପୁର(କୈଳାସ ମାଳବିଶୋଇ)-: ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଗତ 2022/23 ଆର୍ଥିକ ବର୍ଷରେ ଛାତ୍ର ଛାତ୍ରୀ ଙ୍କ ଉତ୍ତମ ପାଠ ପଢା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ କରୁଛନ୍ତି l ଛାତ୍ର ଛାତ୍ରୀ ଙ୍କ ପାଠ ପଢା ନିମନ୍ତେ ବ୍ଲକ ତରଫରୁ କ୍ଲାସରୁମ ନିର୍ମାଣ ନିମନ୍ତେ ଅଟକଳ 70,0000 (ସତୁରି ଲକ୍ଷ )ଟଙ୍କା ମୂଲ୍ୟରେ 2022 ମସିହାରେ କାମ ଆରମ୍ବ ହୋଇ 2023 ମସିହାରେ କ୍ଲାସ ରୁମ କାମ ସରିଯାଇଛି l ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରିନସିପାଲ କ୍ଲାସ ରୁମ ହସ୍ତାନ୍ତର ହେବ ବୋଲି ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ସମୟ ହେବ ହସ୍ତାନ୍ତରହେବ ବୋଲି ଆଶା କରିଥିଲେ l ଦୀର୍ଘଦିନ ଯାଏ କ୍ଲାସ ରୁମ ହସ୍ତାନ୍ତର ନିମନ୍ତେ ବ୍ଲକ ଯନ୍ତ୍ରୀ ବିଶ୍ୱଜିତ ମିଶ୍ରଙ୍କୁ ବାରମ୍ବାର ଅନୁରୋଧ କହିଥିଲେ ମଧ୍ୟ ହସ୍ତାନ୍ତର ନକରିବାରୁ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରିନସିପାଲ ଶ୍ରୀ କେଶବ ବେହେରା ମଣ୍ଡଳ ତାରିଖ -:6/8/2024 ମସିହାରେ ଚିଠି ନମ୍ବର – 156/24 ରେ ଚନ୍ଦ୍ରପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ମଲିକଙ୍କୁ କ୍ଲାସରୁମ ହସ୍ତାନ୍ତର କରିବା ନିମନ୍ତେ ଚିଠି କରିଥିଲେ, କିନ୍ତୁ କ୍ଲାସ ରୁମଟି ଅଦ୍ୟାବଧି ହସ୍ତାନ୍ତର ହୋଇ ପାରିଲା ନାହିଁ l ଏହାପରେ ପ୍ରିନସିପାଲ ଶ୍ରୀ ମଣ୍ଡଳ ଚିଠି ନମ୍ବର 157/24 ରାୟଗଡା ଜ଼ିଲ୍ଲାପାଳ ଓ ଚିଠି ନମ୍ବର -158/24 ରେ ରାୟଗଡା DO ଙ୍କୁ କ୍ଲାସ ରୁମ ହସ୍ତାନ୍ତର କରିବା ନିମନ୍ତେ ନିବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ହସ୍ତାନ୍ତର ହୋଇନାହିଁ l ବ୍ଲକ ସହକାରୀ ଯନ୍ତ୍ରୀ ବିଶ୍ୱଜିତ ମିଶ୍ରଙ୍କୁ କ୍ଲାସରୁମ ହସ୍ତାନ୍ତର ବିଷୟରେ ପଚାରିବାରୁ ମହାଶୟଙ୍କ ନିରବତା ଅନେକ ସଂଶୟ ସୃଷ୍ଟି କରୁଛି। ନବ ନିର୍ମିତ କ୍ଲାସ ତୁମ ବିଦ୍ୟାର୍ଥୀ ମାନଙ୍କ ପାଠ ପଢ଼ିବା ପାଇଁ ଉଦ୍ଧିଷ୍ଟ ଥିବା ବେଳେ କଣ ପାଇଁ ହସ୍ତାନ୍ତର ହେଉନାହିଁ ସେନେଇ ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି।କେଉଁ କାରଣ ପାଇଁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜ଼ିଲ୍ଲା ପ୍ରଶାସନ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କ୍ଲାସରୁମ ପ୍ରତି ର୍ଦୁଷ୍ଟି ଆକର୍ଷଣ କରୁନାହାନ୍ତି ତାହା ସମସ୍ତ ଙ୍କୁ ଚକିତ କରୁଛି।ଏଣୁ ଯଥାଶୀଘ୍ର ଏହି ବିଦ୍ୟାଳୟର ନବ ନିର୍ମିତ କ୍ଲାସ ରୁମ୍ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉନ୍ମୁକ୍ତ କରିବାକୁ ସ୍ଥାନୀୟ ଜନସାଧାରଣ,ଅବିଭାବକ ଓ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।