କୁମୂଳା ସିଂ ଠାରେ ପାଳକ ଅଭିଷେକ ଉତ୍ସବ ଅନୁଷ୍ଠିତ

ଆର, ଉଦୟଗିରି(ମନୋଜ ପାଢୀ/ ୮/୧)::- ଗଜପତି ଜିଲ୍ଲା ଉତ୍କଳ ବାପ୍ ଟିଷ୍ଟ ମଣ୍ଡଳୀ ସମ୍ମିଳନୀ ର  ନୂତନ ପାଳକ ବିହୀତ ପରିଛା ଙ୍କ ପାଳକ ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି।
ଏହି କାର୍ଯ୍ୟକ୍ରମ ରେ ସମ୍ମିଳନୀର ମୁଖ୍ଯ କର୍ମକର୍ତା ଏବଂ ସମସ୍ତ ପାଳକ, ଚାଳକ, ମଣ୍ଡଳୀର ସମସ୍ତ ବିଶ୍ବାସୀ ବିଶ୍ୱାଶିନି ଉପସ୍ଥିତି ଥିଲେ।
ମୁଖ୍ୟ ପ୍ରସଙ୍ଗ ବକ୍ତା ଭାବେ ଆଚାର୍ଯ୍ୟ ଉପେନ୍ଦ୍ର ପରିଛା ଉପସ୍ଥିତି ରହି ଅଭିଷେକ ପ୍ରସଙ୍ଗ କୁ ଆଧାର କରି ନିଜର ବକ୍ତବ୍ୟ ପ୍ରଧାନ କରିଥିଲେ ।
ପରବର୍ତ୍ତୀ ସମୟରେ ନବ ନିର୍ବାଚିତ ପାଳକ ବିହୀତ ପରିଛାଙ୍କୁ  ସମ୍ମିଳନୀର ମୁଖ୍ୟ କର୍ମକର୍ତ୍ତା ସଭପତି ଆଚାର୍ଯ୍ୟ ଇସ୍ରାଏଲ ଲିମା, ଉପ ସଭାପତି ପାଳକ ଆଚାର୍ଯ୍ୟ ପ୍ରଦୀପ୍ତ କୁମର ଲିମ୍ମା ଏବଂ ଅନ୍ୟାନ୍ୟ ସଦସ୍ୟମାନଙ୍କ ଉପସ୍ଥିତି ରେ ପାଳକ ସାର୍ଟି ପିକେଟ ଏବଂ ଆଇ ଡି କାର୍ଡ ପ୍ରଦାନ କରାଯାଇଥିବା ବେଳେ ନବ  ନିର୍ବାଚିତ ପାଳକକଙ୍କୁ   ସମ୍ମିଳନୀ ଏବଂ ମଣ୍ଡଳୀର ସମସ୍ତ  ସଦସ୍ୟ ସଦସ୍ୟା ଗଣ ହସ୍ତ ମିଳନ କରି କାର୍ଯ୍ୟକ୍ରମ କୁ ସମାପ୍ତ କରିଥିଲା ।

You might also like
error: Content is protected !!