ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଆରମ୍ଭ

ବୁଗୁଡ଼ା ,୦୭/୦୧(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆୟୋଜିତ ଅଷ୍ଟ ଦିବସୀୟ ମହିଳା ଆତ୍ମ ସୁରକ୍ଷା ତାଲିମ୍ ଶିବିର ଗୁଡିକର ଶୁଭାରମ୍ଭ ହୋଇଯାଇଛି। ଏ ପରିପ୍ରେକ୍ଷୀରେ ସ୍ଥାନୀୟ ବଳଦେବଜୀୟୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ଅଧ୍ଯକ୍ଷ ମନୋଜ କୁମାର ସ୍ବାଇଁଙ୍କ ପୌରୋହିତ୍ଯରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏଟିଓ ସୁନନ୍ଦ ଶେଖର ସାହାଣି ଏବଂ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ବିଭୂତି ଭୂଷଣ ମିଶ୍ର ଯୋଗ ଦେଇ ଆତ୍ମ ସୁରକ୍ଷା ତାଲିମ୍ ଗ୍ରହଣର ଉପାଦେୟତା ଓ ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ । ସଂଯୋଜକ ସତ୍ଯଶ୍ରୀ କୁମାର ଜେନାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଶିକ୍ଷିକା ଭାବେ ଦିବ୍ଯାନୀ ସାହୁ ଓ ପୂଜା ପ୍ରଧାନ ଯୋଗ ଦେଇ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଥିଲେ।ସେହିଭଳି ସ୍ଥାନୀୟ ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରୋହିତ୍ଯରେ ତଥା ସଂଯୋଜିକା ରଶ୍ମି କୁମାରୀ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଆତ୍ମ ସୁରକ୍ଷା ତାଲିମ୍ ଶିବିରର ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଅଧ୍ୟାପକ ପ୍ରଦୀପ କୁମାର ଦାଶ ଯୋଗ ଦେଇଥିବା ବେଳେ ପ୍ରଶିକ୍ଷିକା ଭାବେ ସମିତ ଜେନା ଓ ପୂଜାରାଣୀ ସ୍ବାଇଁ ଯୋଗ ଦେଇ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଥିଲେ।ଅନ୍ୟପକ୍ଷରେ ମାଣିତରା ଗ୍ରାମସ୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଅନୁପ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଆତ୍ମ ସୁରକ୍ଷା ତାଲିମ୍ ଶିବିରର ଉଦଘାଟନୀ ଉତ୍ସବରେ ବୁଗୁଡା ମିଡିଆ କ୍ଲବ ସଭାପତି ଅନିଲ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ତାଲିମ୍ ଗ୍ରହଣର ଆବଶ୍ୟକତା ସମ୍ପର୍କୈ ଆଲୋକପାତ କରିଥିଲେ।


You might also like
error: Content is protected !!