ନୀଳମାଧଵ ମନ୍ଦିରେ ମଣିପୁର ଫୁଙ୍ଗ କୋଲମ ନୃତ୍ୟ ପରିବେଷଣ
ନୟାଗଡ଼ ୪ l ୧ (ପ୍ରଭାକର ଶିରୋମଣି ):ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମନ୍ଦିର ପରିସରରେ ଶନିବାର ସନ୍ଧ୍ୟାରେ ସୁଦୂର ଅସାମ ଅନ୍ତର୍ଗତ ମଣିପୁର ରୁ ଆସିଥିବା” ମଣିପୁର ଫୁଙ୍ଗ କୋଲମ ନୃତ୍ୟ “ସଂସ୍ଥା ର ନୃତ୍ୟlଙ୍ଗନା ମାନେ ମଣିପୁରୀ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ବିଭୋର କରି ଦେଇଥିଲେ l ବିଶେଷତଃ ସନାତନ ଧର୍ମ, ହିନ୍ଦୁ ଧର୍ମ ତଥା ଗୀତା ଧର୍ମ କୁ ଆଧାର କରି ମଣିପୁରୀ ମହିଳା ମାନେ ଶ୍ରୀକୃଷ୍ଣ ଙ୍କ ରାସଲୀଳା ଆଦି ପରିବେଷଣ କରି ମନ୍ଦିର ପରିବେଶକୁ ଭଗବତ ଚିନ୍ତନ ଆଡକୁ ଶ୍ରଦ୍ଧାଳୁ ମାନଙ୍କୁ ଟାଣି ନେଇଥିଲେ l ନାଟ୍ୟ ସଂସ୍ଥା ପରିଚାଳକ ଅଜିତ ଦାସ ଓ ବେଣୁ ପ୍ରଭୁ ଙ୍କ ତତ୍ୱାବଧାନରେ ଆସିଥିବା ୨୦ ଜଣ କଣ୍ଠ ଶିଳ୍ପୀ ତଥା କଳାକାର ନୀଳମାଧଵ ମନ୍ଦିରକୁ ପ୍ରଥମ ଥର ପାଇଁ ଆସି ନୃତ୍ୟ କଳା ପରିବେଷଣ କରିଥିବାରୁ କଣ୍ଟିଲୋ ବାସୀଙ୍କ ପକ୍ଷରୁ ସେମାନଙ୍କୁ କୃତଜ୍ଞତା ଜଣାଇ ଦିଆ ଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସେବାୟତ ନୀଳମାଧଵ ମିଶ୍ର ଓ ସମସ୍ତ ବ୍ରାହ୍ମଣ ସମାଜ ପକ୍ଷରୁ ଆୟୋଜିତ ହୋଇଥିଲା l