ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଦ୍ଵାରା “ଆନ୍ତର୍ବିଭାଗୀୟ ଦିବା ରାତ୍ର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ନାମେଣ୍ଟ” ଉଦ୍‌ଘାଟିତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ପୂର୍ବତଟ ରେଳବାଇ କ୍ରୀଡ଼ା ସଂଘ (ECORSA), ଖୋର୍ଦ୍ଧା ରୋଡ ଦ୍ୱାରା ଆୟୋଜିତ “ଆନ୍ତ-ବିଭାଗୀୟ ଦିବା ଓ ରାତ୍ରି କ୍ରିକେଟ୍ ପ୍ରତିଯୋଗିତା–୨୦୨୬” ଖୋର୍ଦ୍ଧା ରୋଡ ସ୍ଥିତ ରେଳବାଇ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ଏହି ପ୍ରତିଯୋଗିତା ୧୭ ଏପ୍ରିଲ୍ ୨୦୨୬ ପର୍ଯ୍ୟନ୍ତ ଚାଲିବ। ଖୋର୍ଦ୍ଧା ରୋଡ ଡିଭିଜନର ମୋଟ ୧୨ଟି ବିଭାଗ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି।ଏହି ଅବସରରେ ECORSA-KUR ୱେବସାଇଟ୍ ମଧ୍ୟ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟିତ ହୋଇଥିଲା, ଯାହା କ୍ରୀଡ଼ା କାର୍ଯ୍ୟକଳାପର ଡିଜିଟାଲ ପ୍ରଚାର ଓ ରେଳ କର୍ମଚାରୀମାନଙ୍କ ମଧ୍ୟରେ ସଂଯୋଗକୁ ଦୃଢ଼ କରିବାରେ ସହାୟକ ହେବ।ଏହି ଟୁର୍ଣ୍ଣାମେଣ୍ଟକୁ ଖୋର୍ଦ୍ଧାରୋଡ ର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନିଲ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ପି. କେ. ବେହେରା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍ସ), ଶ୍ରୀ ରାଜଧାରୀ ଯାଦବ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଭିତ୍ତିଭୂମି), ଶ୍ରୀ ଅନିଲ କୁମାର ଏସ୍., କ୍ରୀଡ଼ା ଅଧିକାରୀ ଏବଂ ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ, ଖୋର୍ଦ୍ଧା ରୋଡ, ସହ ଅନ୍ୟାନ୍ୟ ସହକାରୀ କ୍ରୀଡ଼ା ଅଧିକାରୀ, ଶାଖା ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।ସମାବେଶକୁ ସମ୍ବୋଧିତ କରି ଶ୍ରୀ ଡି. ସୁନିଲ ସମସ୍ତ ଅଂଶଗ୍ରହଣକାରୀ ଦଳକୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ସେ ଖେଳାଳିମାନଙ୍କୁ ଦକ୍ଷତା, ଦଳଗତ ମନୋଭାବ ଓ କ୍ରୀଡ଼ା ଆତ୍ମା ପ୍ରଦର୍ଶନ କରି ଟୁର୍ଣ୍ଣାମେଣ୍ଟରେ ଉତ୍କର୍ଷ ଅର୍ଜନ କରିବାକୁ ପ୍ରେରିତ କରିଥିଲେ।ସେ ଖୋର୍ଦ୍ଧା ରୋଡ କ୍ରୀଡ଼ା ସଂଘର କ୍ରୀଡ଼ା ପ୍ରଚାରରେ ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ଷ୍ଟାଡିୟମରେ ଚାଲୁଥିବା କ୍ରୀଡ଼ା ଭିତ୍ତିଭୂମିର ବିକାଶ ସମ୍ବନ୍ଧରେ ଆଲୋକପାତ କରିଥିଲେ।ଅଂଶଗ୍ରହଣକାରୀ ବିଭାଗଗୁଡ଼ିକ ମଧ୍ୟରେ ବୈଦ୍ୟୁତିକ, ରେଳ ସୁରକ୍ଷା ବଳ (RPF), ଅର୍ଥ, ପରିଚାଳନା, ଚିକିତ୍ସା, ଷ୍ଟୋର, ଇଞ୍ଜିନିୟରିଂ, ଇଲେଟ୍ରିକାଲ୍ ଲୋକୋ ସେଡ୍/ଅନୁଗୁଳ, ବୈଦ୍ୟୁତିକ (ଅପରେସନ୍ସ), ବାଣିଜ୍ୟିକ, କାର୍ମିକ, ସିଗ୍ନାଲ ଓ ଟେଲିକମ୍ୟୁନିକେସନ୍ ଏବଂ ମେକାନିକାଲ୍ ବିଭାଗ ଅନ୍ତର୍ଭୁକ୍ତ। ଏହି ଟୁର୍ଣ୍ଣାମେଣ୍ଟ ସମୟରେ ମୋଟ ୩୦ଟି ଲିଗ୍ ମ୍ୟାଚ୍ ଖେଳାଯିବ।ଉଦ୍‌ଘାଟନୀ ଦିନରେ ପ୍ରଥମ ମ୍ୟାଚ୍ RPF ଓ ଅପରେସନ୍ସ ବିଭାଗ ମଧ୍ୟରେ ଖେଳାଯାଇଥିଲା, ଯେଉଁଥିରେ RPF ୧୪ ରନ୍‌ରେ ବିଜୟୀ ହୋଇଥିଲା।ଏହି ଟୁର୍ଣ୍ଣାମେଣ୍ଟ ଶ୍ରୀ ଅନିଲ କୁମାର ଏସ୍., କ୍ରୀଡ଼ା ଅଧିକାରୀ ଏବଂ ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ, ଖୋର୍ଦ୍ଧାରୋଡ ଙ୍କ ମାର୍ଗଦର୍ଶନରେ ଆୟୋଜିତ ହେଉଛି। ସମସ୍ତ ମ୍ୟାଚ୍ ସାଧାରଣ ସମ୍ପାଦକ ମହମ୍ମଦ ଜାକିରୁଦ୍ଦିନ, ସହକାରୀ ସାଧାରଣ ସମ୍ପାଦକ ସଚିବ ଶ୍ରୀ ଜେ. ଏସ୍. ପାତ୍ର ଏବଂ କ୍ରୀଡ଼ା ସଙ୍ଗଠନ ସଦସ୍ୟ ମାନେ ସଂଯୋଜନା କରୁଛନ୍ତି

You might also like
error: Content is protected !!